ଓଡିଶା

odisha

By

Published : Dec 4, 2021, 11:20 AM IST

ETV Bharat / city

Odisha Corona Report: ଦିନକରେ ଚିହ୍ନଟ ହେଲେ ୧୯୩ ଆକ୍ରାନ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୩ କୋରୋନା ପଜିଟିଭ ଚିହ୍ନଟ ( odisha corona cases) । ସଂକ୍ରମିତଙ୍କ ମଧ୍ୟରୁ ୨୩ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ । ଅଧିକ ପଢନ୍ତୁ

Odisha Corona Report: ଦିନକରେ ଚିହ୍ନଟ ହେଲେ ୧୯୩ ଆକ୍ରାନ୍ତ
Odisha Corona Report: ଦିନକରେ ଚିହ୍ନଟ ହେଲେ ୧୯୩ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ସଂକ୍ରମଣ ( Odisha Corona Report) । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୧୯୩ ନୂଆ ସଂକ୍ରମିତ । ସେଥିମଧ୍ୟରୁ ୨୩ ଜଣ ୧୮ ବର୍ଷରୁ କମ୍ ବୟସ୍କ ଥିବା ସୂଚନା । ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୧୪ଜଣ କ୍ବାରେଣ୍ଟାଇନ ଏବଂ ୭୯ ଜଣ ସ୍ଥାନୀୟ ସଂକ୍ରମଣ ମାମଲା ରହିଛି ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୩, ବରଗଡରୁ ୨ ଭଦ୍ରକରୁ ୪, ବଲାଙ୍ଗୀରରୁ ୧, କଟକରୁ ୧୨, ଢେଙ୍କାନାଳରୁ ୨, ଗଞ୍ଜାମରୁ ୬, ଜଗତସିଂହପୁରରୁ ୨, ଯାଜପୁରରୁ ୧୪, ଝାରସୁଗୁଡାରୁ ୪, କନ୍ଧମାଳରୁ ୪, କେନ୍ଦ୍ରପଡାରୁ ୪, କେନ୍ଦୁଝର ୨, ମୟୂରଭଞ୍ଜରୁ ୧୧, ନୟାଗଡରୁ ୧, ପୁରୀରୁ୩, ସମ୍ବଲପୁରରୁ ୭, ସୁନ୍ଦରଗଡରୁ ୩ ଓ ଷ୍ଟେଟ ପୋଲରୁ ୨୦ଜଣ ସଂକ୍ରମଣ ମାମଲା ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୦ ହଜାର ୬୦ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details