ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ସଂକ୍ରମଣ ( Odisha Corona Report) । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୧୯୭ ନୂଆ ସଂକ୍ରମିତ । ସେଥିମଧ୍ୟରୁ ୩୩ ଜଣ ୨୫ ବର୍ଷରୁ କମ୍ ବୟସ୍କ ଥିବା ସୂଚନା । ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୧୫ଜଣ କ୍ବାରେଣ୍ଟାଇନ ଏବଂ ୮୨ ଜଣ ସ୍ଥାନୀୟ ସଂକ୍ରମଣ ମାମଲା ରହିଛି ।
Odisha Corona Report: ଦିନକରେ ଚିହ୍ନଟ ହେଲେ ୧୯୭ ଆକ୍ରାନ୍ତ - ଓଡିଶା କୋରୋନା
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୧୯୭ ନୂଆ ସଂକ୍ରମିତ । ସେଥିମଧ୍ୟରୁ ୩୩ ଜଣ ୨୫ ବର୍ଷରୁ କମ୍ ବୟସ୍କ ଥିବା ସୂଚନା । ଅଧିକ ପଢନ୍ତୁ
Odisha Corona Report: ଦିନକରେ ଚିହ୍ନଟ ହେଲେ ୧୯୭ ଆକ୍ରାନ୍ତ
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୨, ବରଗଡରୁ ୧ ଭଦ୍ରକରୁ ୩, କଟକରୁ ୬, ଦେବଗଡରୁ ୩, ଢେଙ୍କାନାଳରୁ ୪, ଗଞ୍ଜାମରୁ ୧, ଜଗତସିଂହପୁରରୁ ୨, ଯାଜପୁରରୁ ୮, ଝାରସୁଗୁଡାରୁ ୫, କେନ୍ଦ୍ରପଡାରୁ ୨, କେନ୍ଦୁଝର ୧, ମୟୂରଭଞ୍ଜରୁ ୯, ନବରଙ୍ଗପୁର୨, ନୟାଗଡରୁ ୩, ରାୟଗଡାରୁ ୧, ସମ୍ବଲପୁରରୁ ୧୬, ସୁନ୍ଦରଗଡରୁ ୧୨ ଓ ଷ୍ଟେଟ ପୋଲରୁ ୨୨ଜଣ ସଂକ୍ରମଣ ମାମଲା ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୮ ହଜାର ୮୮୦ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ