ଭୁବନେଶ୍ବର: ରାଜ୍ୟରେ ପୁଣି ୨ଶହ ତଳକୁ ଖସିଲା କୋରୋନାର ଦୈନିକ ସଂକ୍ରମଣ ( Odisha Corona Report)। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୧୯୧ ନୂଆ ସଂକ୍ରମିତ । ସେଥି ମଧ୍ୟରୁ ୩୩ ଜଣ ୧୮ ବର୍ଷରୁ କମ୍ ବୟସ୍କ ଥିବା ସୂଚନା । ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୧୨ଜଣ କ୍ବାରେଣ୍ଟାଇନ ଏବଂ ୭୯ଜଣ ସ୍ଥାନୀୟ ସଂକ୍ରମଣ ମାମଲା ରହିଛି ।
Odisha Corona Report: ଦିନକରେ ୧୯୧ ସଂକ୍ରମିତ ଚିହ୍ନଟ - ଓଡିଶା କୋରୋନା
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୧୯୧ ନୂଆ ସଂକ୍ରମିତ । ସେଥିମଧ୍ୟରୁ ୩୩ ଜଣ ୧୮ ବର୍ଷରୁ କମ୍ ବୟସ୍କ ଥିବା ସୂଚନା । ଅଧିକ ପଢନ୍ତୁ
Odisha Corona Report: ଦିନକରେ ୧୯୧ ସଂକ୍ରମିତ ଚିହ୍ନଟ
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୨, ବାଲେଶ୍ବରରୁ ୧୦, ଭଦ୍ରକରୁ ୨, ବଲାଙ୍ଗୀରରୁ ୧, ବୌଦ୍ଧରୁ ୨, କଟକରୁ ୧୩, ଗଞ୍ଜାମରୁ ୧, ଜଗତସିଂହପୁରରୁ ୨, ଯାଜପୁରରୁ ୭, ଝାରସୁଗୁଡାରୁ ୪, କେନ୍ଦ୍ରପଡାରୁ ୨, କେନ୍ଦୁଝର ୧, କୋରାପୁଟରୁ ୧, ମୟୂରଭଞ୍ଜରୁ ୪, ନୟାଗଡରୁ ୧, ନୂଆପଡାରୁ ୧, ପୁରୀରୁ ୪, ସମ୍ବଲପୁରରୁ ୯, ସୋନପୁରରୁ ୩, ସୁନ୍ଦରଗଡରୁ ୧୩ ଓ ଷ୍ଟେଟ ପୋଲରୁ ୨୧ଜଣ ସଂକ୍ରମଣ ମାମଲା ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୮ ହଜାର ୬୮୩ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ