ଓଡିଶା

odisha

By

Published : Dec 12, 2021, 10:14 AM IST

ETV Bharat / city

Odisha Corona Report: ଦିନକରେ ଚିହ୍ନଟ ହେଲେ ୧୬୦ ଆକ୍ରାନ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୦ କୋରୋନା ପଜିଟିଭ ଚିହ୍ନଟ (odisha corona cases) ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦, ୫୧,୫୭୪ରେ ପହଞ୍ଚିଛି । ଅଧିକ ପଢନ୍ତୁ

Odisha Corona Report: ଦିନକରେ ଚିହ୍ନଟ ହେଲେ ୧୬୦ ଆକ୍ରାନ୍ତ
Odisha Corona Report: ଦିନକରେ ଚିହ୍ନଟ ହେଲେ ୧୬୦ ଆକ୍ରାନ୍ତ

ଭୁବନେଶ୍ବର:ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୦ କୋରୋନା ପଜିଟିଭ ଚିହ୍ନଟ (odisha corona cases) ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୨୦ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ରହିଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ ୯୪ ଓ ୬୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୮୬ ଜଣ ଥିବାବେଳେ ଅନୁଗୋଳରୁ ୧, ବାଲେଶ୍ବରରୁ ୧, ବରଗଡରୁ ୨, ଭଦ୍ରକରୁ ୨, କଟକରୁ ୭, ଦେବଗଡରୁ ୧, ଢେଙ୍କାନାଳରୁ ୧, ଗଜପତିରୁ ୪, ଗଞ୍ଜାମରୁ ୨, ଜଗତସିଂହପୁରରୁ ୧, ଯାଜପୁରରୁ ୫, ଝାରସୁଗୁଡାରୁ ୧, କେନ୍ଦ୍ରାପଡ଼ାରୁ ୨, ମୟୂରଭଞ୍ଜରୁ ୫, ନୟାଗଡରୁ ୧, ପୁରୀରୁ ୧, ରାୟଗଡାରୁ ୧, ସମ୍ବଲପୁରରୁ ୫, ସୁନ୍ଦରଗଡରୁ ୧୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଷ୍ଟେଟପୁଲ୍‌ ସଂଖ୍ୟା ୨୧ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦, ୫୧,୫୭୪ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details