ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୩ କୋରୋନା ପଜିଟିଭ ଚିହ୍ନଟ (odisha corona cases) ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୨୧ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ରହିଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ ୧୦୨ ଓ ୭୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
Odisha Corona Report: ଦିନକରେ ଚିହ୍ନଟ ହେଲେ ୧୭୩ ଆକ୍ରାନ୍ତ - ଓଡିଶା କୋରୋନା ଦୈନିକ ସଂକ୍ରମଣ ନ୍ୟୁଜ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୩ କୋରୋନା ପଜିଟିଭ ଚିହ୍ନଟ (odisha corona cases) ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦, ୫୧,୪୧୪ରେ ପହଞ୍ଚିଛି । ଅଧିକ ପଢନ୍ତୁ
Odisha Corona Report: ଦିନକରେ ଚିହ୍ନଟ ହେଲେ ୧୭୩ ଆକ୍ରାନ୍ତ
ଖୋର୍ଦ୍ଧାରୁ ସର୍ବାଧିକ ୮୬ ଜଣ ଥିବାବେଳେ ବାଲେଶ୍ବରରୁ ୩, ବରଗଡରୁ ୩, ଭଦ୍ରକରୁ ୧, ବଲାଙ୍ଗୀରରୁ ୧, କଟକରୁ ୪, ଦେବଗଡରୁ ୧, ଢେଙ୍କାନାଳରୁ ୨, ଗଜପତିରୁ ୩, ଜଗତସିଂହପୁରରୁ ୨, ଯାଜପୁରରୁ ୭, ଝାରସୁଗୁଡାରୁ ୧, କେନ୍ଦ୍ରାପଡ଼ାରୁ ୧, କୋରାପୁଟରୁ ୧, ମୟୂରଭଞ୍ଜରୁ ୧୯, ପୁରୀରୁ ୫, ରାୟଗଡାରୁ ୧, ସମ୍ବଲପୁରରୁ ୫, ସୋନପୁରରୁ ୧, ସୁନ୍ଦରଗଡରୁ ୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଷ୍ଟେଟପୁଲ୍ ସଂଖ୍ୟା ୧୯ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦, ୫୧,୪୧୪ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ