ଓଡିଶା

odisha

By

Published : Aug 12, 2019, 4:52 PM IST

ETV Bharat / city

ନନ୍ଦନକାନନ ପାଳିଲା ବିଶ୍ଵ ହାତୀ ଦିବସ

ଆଜି ବିଶ୍ବ ହାତୀ ଦିବସ । ୨୦୧୨ ମସିହା ଅଗଷ୍ଟ ୧୨ରୁ ଏହି ହସ୍ତୀ ଦିବସ ପାଳନ କରାଯାଉଛି । ଏହି ଅବସରରେ ସୋମବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ତରଫରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆଜି ହେଉଛି ବିଶ୍ବ ହାତୀ ଦିବସ । ୨୦୧୨ ମସିହା ଅଗଷ୍ଟ ୧୨ରୁ ଏହି ହସ୍ତୀ ଦିବସ ପାଳନ କରାଯାଉଛି । ଏହି ଅବସରରେ ସୋମବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ତରଫରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ହାତୀଙ୍କୁ ସଜାଇବା ସହ ଫଳମୂଳ ଖାଇବାକୁ ଦିଆଯାଇଛି। ଏଥିପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନିଆରା କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ହାତୀଙ୍କୁ କଦଳୀ, ନଡ଼ିଆ, ସେଓ ପ୍ରଭୃତି ଫଳ ଦିଆଯାଇଛି ।

ହାତୀ ଦିବସରେ ନନ୍ଦନକାନନରେ ଥିବା ୮ ହାତୀଙ୍କ ମଧ୍ୟରୁ ଗୋରୀ, କମଳା, ଜୁଲି ଓ ମାମାକୁ ଉତ୍ସବ ସ୍ଥଳକୁ ଅଣାଯାଇଥିଲା । ଅନ୍ୟପଟେ ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏହି ବିଶ୍ବ ହାତୀ ଦିବସ ପାଳିବାକୁ ବହୁଳ ମାତ୍ରାରେ ପର୍ଯ୍ୟଟକ ମଧ୍ୟ ଆସିଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details