ଓଡିଶା

odisha

By

Published : Nov 1, 2020, 6:48 PM IST

ETV Bharat / city

ଆଜି ରାଜଧାନୀରେ 83 ଆକ୍ରାନ୍ତ ଚିହ୍ନଟ, 201 ସୁସ୍ଥ

ରବିବାର ଭୁବନେଶ୍ବରରେ 83ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 201ଜଣ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

Today more 83 corona cases detected in Bhubaneswar, 201 recovered
ଆଜି ରାଜଧାନୀରେ 83 ଆକ୍ରାନ୍ତ ଚିହ୍ନଟ, 201 ସୁସ୍ଥ

ଭୁବନେଶ୍ବର: ରବିବାର ରାଜଧାନୀରେ 83ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 201ଜଣ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 29 ହଜାର ପାର ହୋଇଛି ।

ଭୁବନେଶ୍ବରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 20 ଚିହ୍ନଟ କରାଯାଇଥିବାବେଳେ ଲୋକାଲ ସଂକ୍ରମଣ 63ରେ ପହଁଚିଛି । ତେବେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ଏପଟେ ଭୁବନେଶ୍ବରରେ ମୋଟ ମୃତକଙ୍କ ସଂଖ୍ୟା 167 ଛୁଇଁଛି।

ହୋମ କ୍ଵାରେଣ୍ଟାଇନ 20ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 2 ଜଣ ବଡଗଡ, 2 ଜଣ ଆଇଆରସି ଭିଲେଜ, 2 ଜଣ ଓଲଡ଼ ଟାଉନ, ପଟିଆ, ସାମନ୍ତରାୟପୁର, ପୋଖରିପୁଟ, ବମୀଖାଲ, ଡୁମଡୁମା, ରସୁଲଗଡ଼, ଚକେଇସିଆଣି ଆଦି ଅଞ୍ଚଳରୁ 3 ଜଣ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ସ୍ଥାନୀୟ ସଂକ୍ରମଣ 63 ଜଣଙ୍କ ମଧ୍ୟରୁ 4 ଜଣ ବିଜେବି ନଗର, 2 ଜଣ ବରମୁଣ୍ଡା, 2 ଜଣ ଡୁମଡୁମା, 5 ଜଣ ଲକ୍ଷ୍ମୀ ସାଗର, 2 ଜଣ ଜୟଦେବ ବିହାର, 4 ଜଣ ଯାଗମରା, 4 ଜଣ ଆଇ ଆର ସି ଭିଲେଜ, 4 ଜଣ ଓଲଡ଼ ଟାଉନ, 3 ଜଣ ନୟାପଲ୍ଲୀ, 2 ଜଣ ଟଙ୍କାପାଣି ରୋଡ଼ ଆଦି ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜଧାନୀରେ ମୋଟ 29 ହଜାର 236 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବାବେଳେ 27ହଜାର 744 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଭାବରେ 1304 ଜଣ ସକ୍ରିୟ ରହିଥିବା ବେଳେ 167 ଜଣ ମୃତ୍ୟୁ ବରଣ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details