ଭୁବନେଶ୍ବର: ଆଜି ଶପଥ ନେବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର । ଭୁବନେଶ୍ବର ରାଜଭବନ ଅଭିଷେକ ହଲରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ । ସକାଳ 10ଟାରେ ଶପଥ ଗ୍ରହଣ ଉତ୍ସବ । ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡିଶା ହାଇକୋର୍ଟର 32ତମ ମୁଖ୍ୟ ବିଚାରପତିଙ୍କୁ କରାଇବେ ଶପଥ ପାଠ । ରବିବାର ଓଡିଆ ଆସି ପହଞ୍ଚିନ୍ତି ଜଷ୍ଟିସ ଏସ.ମୁରଲୀଧର ।
ପୂର୍ବରୁ ହାଇକୋର୍ଟର ପୁରୁଣା ବିଲ୍ଡିଂ ପୂର୍ବ ପାଖ ପଡିଆରେ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଏହି ବିଜ୍ଞପ୍ତିରେ ପରିବର୍ତ୍ତନ କରାଯାଇଛି।
ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିଶ କ୍ରମେ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ବିଭାଗ ଏନେଇ ବିଜ୍ଞପ୍ତି ଜାରି କରିଥିଲେ । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରାଯାଇଛି ।