ଓଡିଶା

odisha

ETV Bharat / city

ଆଜି ବିଶ୍ବ ରକ୍ତଦାନ ଦିବସ; ବିନ୍ଦୁଏ ରକ୍ତ ଦିଏ ନୂଆ ଜୀବନ

ରକ୍ତଦାନ କରିବାକୁ ଏକ ଭଲ କାର୍ଯ୍ୟ ଭାବରେ ଗ୍ରହଣ କରାଯାଇଥାଏ । ତେଣୁ ପ୍ରତିବର୍ଷ ଜୁନ 14 ତାରିଖକୁ ବିଶ୍ବ ରକ୍ତଦାନ ଦିବସ ଭାବରେ ପାଳନ କରାଯାଏ । ଅଧିକ ପଡନ୍ତୁ...

ଆଜି ବିଶ୍ବ ରକ୍ତଦାନ ଦିବସ
ଆଜି ବିଶ୍ବ ରକ୍ତଦାନ ଦିବସ

By

Published : Jun 14, 2021, 10:41 AM IST

ହାଇଦ୍ରାବାଦ: ରକ୍ତଦାନ ମହତ ଦାନ । ଟୋପାଏ ରକ୍ତ ଜଣଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ । ରକ୍ତଦାନ କରିବାକୁ ଏକ ଭଲ କାର୍ଯ୍ୟ ଭାବରେ ଗ୍ରହଣ କରାଯାଇଥାଏ । ତେଣୁ ପ୍ରତିବର୍ଷ ଜୁନ 14 ତାରିଖକୁ ବିଶ୍ବ ରକ୍ତଦାନ ଦିବସ ଭାବରେ ପାଳନ କରାଯାଏ ।

2004 ମସିହାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଏହି ଦିନକୁ ବିଶ୍ବ ରକ୍ତଦାନ ଦିବସ ଭାବେ ଘୋଷଣା କରାଯାଇଥିଲା । ଏହି ଦିବସରେ ରକ୍ତଦାନ କରିବା ଲାଗି ବିଭିନ୍ନ ସ୍ଥାନରେ କ୍ୟାମ୍ପ ଆୟୋଜନ କରାଯାଇଥାଏ । ରକ୍ତଦାନର ଆବଶ୍ୟକତା ଓ ପ୍ରୋତ୍ସାହନ କରିବା ପାଇଁ ଏହି ଦିନର ମୁଖ୍ୟ ଉଦ୍ଦେଶ୍ୟ ।

ସ୍ବାସ୍ଥ୍ୟ ସଙ୍ଗଠନ ତରଫରୁ ସାର୍ବଜନିକ କ୍ଷେତ୍ରରେ ସ୍ବାସ୍ଥ୍ୟ ରକ୍ଷା ଅଭିଯାନ ଅନ୍ତର୍ଗତ ହେଉଛି ଅନ୍ୟତମ । ଟ୍ରାନ୍ସଫ୍ୟୁଜନ୍ ପ୍ରଣାଳୀରେ ରକ୍ତଦାନ ଦ୍ବାରା ବିଭିନ୍ନ ରୋଗରୁ ଲୋକଙ୍କ ରକ୍ଷା ମିଳିଥାଏ । ରକ୍ତଦାନ ଅନେକ ଲୋକଙ୍କୁ ଏକ ନୂଆ ଜୀବନ ଦେଇଥାଏ । ଅନେକ ଲୋକ ସ୍ବେଚ୍ଛାକୃତ ଭାବରେ ରକ୍ତ ଦାନ କରିଥାନ୍ତି । ରାଜ୍ୟରେ ରକ୍ତର ଅଭାବ ଦୂର କରିବାକୁ ସରକାରଙ୍କ ପକ୍ଷରୁ ରକ୍ତଦାନ ଶିବିରମାନ ଆୟୋଜନ କରାଯାଇଥାଏ । ରକ୍ତ ଅଭାବରୁ ଦେଶରେ ଅନେକ ଲୋକ ପ୍ରାଣ ହରାଇଥାନ୍ତି । ତେଣୁ ଏହି ଦିନଟିକୁ ପାଳନ କରି ରକ୍ତଦାନ କେତେ ଜରୁରୀ ତାହା ଲୋକମାନଙ୍କୁ ସ୍ମରଣ କରାଇଥାଏ ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ABOUT THE AUTHOR

...view details