ଭୁବନେଶ୍ବର: ଆଜି ଶୀତଳ ଷଷ୍ଠୀ । ବିନା ଜାକଜମକରେ ହେବ ଲିଙ୍ଗରାଜଙ୍କ ବାହାଘର । ପବିତ୍ର ଶୀତଳ ଷଷ୍ଠୀରେ ଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ ଅନୁଷ୍ଠିତ ହେବ । ହେଲେ ବିନା ବରଯାତ୍ରୀରେ, ବାଜା ରୋଷଣୀରେ ବିବାହ ପାଇଁ କେଦାର ଗୌରୀ ମନ୍ଦିରକୁ ବିଜେ କରିବେ ପ୍ରଭୁ ଲିଙ୍ଗରାଜ । ରାତି ୧୧ଟା ରେ ସୀମିତ ପାଳିଆ ଓ ସେବାୟତଙ୍କ ସହ ପ୍ରଭୁ ଲିଙ୍ଗରାଜ କେଦାର ଗୌରୀ ମନ୍ଦିରକୁ ବିଜେ କରିବେ ।
ବିନା ବରାଯାତ୍ରୀରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ବାହାଘର ରାତି ୧୧ଟାରୁ ଦେବ ବିବାହ ଆରମ୍ଭ ହେବ । ପ୍ରାୟ ଭୋର ୪ଟାରେ ବିବାହ ସରିବାର କାର୍ଯ୍ୟକ୍ରମ ରହିଛି । କୋରୋନା ମହାମାରୀ ଲକଡାଉନ କାରଣରୁ ଏଭଳି ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ । ବୁଧବାର, ପବିତ୍ର ଶୀତଳ ଷଷ୍ଠୀ ଅବସରରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦେବ ବିବାହ ନିରାଡ଼ମ୍ବର ସହ ଅନୁଷ୍ଠିତ ହେବ । ୨୦ ଜଣ ପାଳିଆ ସେବାୟତଙ୍କ ସହ କେଦାର ଗୌରୀ ମନ୍ଦିରକୁ ବିଜେ କରିବେ ଲିଙ୍ଗରାଜ ମହାପ୍ରଭୁ ।
ପାଲିଙ୍କି, ଅପାଟିଆ, ଦାସ, ଛତା, କାହାଳି ପାଳିଆମାନଙ୍କ ସହ ଯିବେ ଲିଙ୍ଗରାଜ। ବାଜା, ବାଣ, ରୋଷଣୀ ବିନା ହେବ ଦେବ ବିବାହ ଏନେଇ ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପଣ୍ଡା । ଲକ ଡାଉନ କଟକଣା ଯୋଗୁ ଚଳିତ ବର୍ଷ ପ୍ରାୟ ୨୦ ଜଣ ପାଳିଆ ,ସେବାୟତଙ୍କୁ ନେଇ ଲିଙ୍ଗରାଜଙ୍କ ଦେବ ବିବାହ ଅନୁଷ୍ଠିତ ହେବ । ରାତି ୧୧ ଟାରେ କେଦାର ଗୌରୀ ଅଭିମୁଖେ ମହାପ୍ରଭୁ ବାହାରିବେ । ବିନା ବାଜା, ବାଣ ଓ ବରାଯାତ୍ରୀରେ ଏହି ଦେବ ବିବାହ ସମ୍ପର୍ଣ୍ଣ ହେବ । ରାତି ୧୨ଟାରୁ ଭୋର ପର୍ଯ୍ୟନ୍ତ ବିବାହ କାର୍ଯ୍ୟ ସମାପନ ହେବ । ସନ୍ଧ୍ୟାରେ ସମସ୍ତ ପାଳିଆ ସେବାୟତଙ୍କ କୋରୋନା ଟେଷ୍ଟ କରାଯିବ । ଯେଉଁମାନଙ୍କ ଥଣ୍ଡା, ଜ୍ୱର, କାଶ କଫ ଲକ୍ଷଣ ଥିବ, ସେମାନଙ୍କୁ ବାଦ ଦିଆଯିବ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ