ଓଡିଶା

odisha

ETV Bharat / city

ରକ୍ତ ନଦୀର ନାଉରୀ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ, ଆଜିବି ଝୁରୁଛି ମାଟି - ବାଜି ରାଉତଙ୍କ ଜନ୍ମଜୟନ୍ତୀ

ସ୍ବାଧୀନ ଭାରତର ସର୍ବକନିଷ୍ଠ ସ୍ବାଧୀନତା ସଂଗ୍ରାମୀ । ମାତ୍ର 12 ବର୍ଷ ବୟସରେ ଯେ, ମା’ ମାଟି ପାଇଁ ଦେଇଥିଲା ସର୍ବଶ୍ରେଷ୍ଠ ବଳିଦାନ । ଡରି ନଥିଲା ଗୋରା ସରକାର ନାଲି ଆଖିକୁ କି ଭୟ ନଥିଲା ବ୍ରିଟିଶଙ୍କର ଗୁଳି ଗର୍ଜନକୁ । ଓଡିଆ ଜାତିର ପ୍ରାଣ ରକ୍ଷା କରିବାକୁ ଶହୀଦ ହୋଇଥିଲା ବାଜି ରାଉତ । ଆଜି ସେହି ସର୍ବକନିଷ୍ଠ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ । ଅଧିକ ପଢନ୍ତୁ...

ରକ୍ତ ନଦୀର ନାଉରୀ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ
ରକ୍ତ ନଦୀର ନାଉରୀ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ

By

Published : Oct 5, 2020, 7:40 AM IST

ଭୁବନେଶ୍ବର: କଳିଙ୍ଗ ଗଡର କନିଷ୍ଠ ଯୋଦ୍ଧା ସେ । ଯେଉଁଠି ଗୋରା ସାହେବଙ୍କ ବିରୋଧରେ ସାହାସ ଜୁଟାଇ ପାରିନଥିଲେ ସେଠାରେ ସମଗ୍ର ଓଡିଆ ଜାତିର ପ୍ରାଣ ରକ୍ଷା କରିବାକୁ ଯାଇ ଶହୀଦ ହୋଇଥିଲେ । ଢେଙ୍କାନାଳ ନୀଳକଣ୍ଠ ଗାଁରେ ଆଜିର ଦିନରେ ଜନ୍ମ ନେଇଥିଲେ ଦେଶର ସର୍ବକନିଷ୍ଠ ସ୍ବାଧିନତା ସଂଗ୍ରାମୀ । ଢେଙ୍କାନାଳ ନୀଳକଣ୍ଠପୁର ଗାଁରେ ଆଜିର ତାରିଖରେ ଜନ୍ମ ନେଇଥିଲେ ଦେଶର ସର୍ବକନିଷ୍ଠ ସ୍ବାଧୀନତା ସଂଗ୍ରାମୀ ବାଜି ରାଉତ ।

1961 ମସିହା ଅକ୍ଟୋବର 5 ତାରିଖରେ ବାଜି(ବାଜିଆ) ରାଉତ ଜନ୍ମ ନେଇଥିଲେ । ପିଲାଟି ବେଳୁ ବାପାଙ୍କୁ ହରାଇ ସେ, ମାଆ ଦ୍ବାରା ପ୍ରତିପାଳିତ ହୋଇଥିଲେ । ହେତୁ ପାଇବା ପରେ ଢେଙ୍କାନାଳ ରାଜାଙ୍କ ଅତ୍ୟାଚାରକୁ ଅନୁଭବ କରିପାରିଥିଲେ । ଅତି କୋମଳ ବୟସରୁ ବାଜିଆ ରାଜାଙ୍କ ବିରୋଧରେ ହୋଇଥିବା ପ୍ରଜାମଣ୍ଡଳରେ ସାମିଲ ହୋଇଥିଲେ।

ମୋଗଲବନ୍ଦୀ ଅଞ୍ଚଳରେ ଜମିଦାର ଓ ଗଡଜାତ ଅଞ୍ଚଳରେ ରାଜା ଶାସନ ନାମରେ ପ୍ରଜାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ଶୋଷଣ, ବେଠି, ବେଗାରି, ଜୋର ଜବରଦସ୍ତ ଟିକସ ଅସୁଲ, ମନମୁଖି ଶାସନ, ମିଥ୍ୟା ମୋକଦ୍ଦମାରେ ଜର୍ଜରିତ ହେଉଥିଲେ ଗଡଜାତବାସୀ । ସମୟେ ସମୟେ ଗଡଜାତ ଅଞ୍ଚଳରେ ଏହି ଶୋଷଣ କଷଣରେ ବିରୋଧରେ ଅସନ୍ତୋଷ ପ୍ରକାଶ ପାଇ ବିସ୍ଫୋରଣର ରୂପ ଧାରଣ କରୁଥିଲା, କିନ୍ତୁ ଇଂରେଜ ସରକାର ତାକୁ କଳେବଳେ କୌଶଳେ ଦମନ କରିବାରେ ଲାଗିଥିଲେ । ଏହି ସବୁ ଗଡଜାତ ହେଉଥିବା ଆନ୍ଦୋଳନ ସେତେବେଳେ ସମଗ୍ର ଭାରତବର୍ଷରେ ଆଲୋଡନ ସୃଷ୍ଟି କରିଥିଲା ।

ସେଦିନ ଥିଲା ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ବେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ । ସେ ପ୍ରଜାମଣ୍ଡଳର ସିପାହୀ ସାଜିଥିଲେ । ଘାଟ ଡଙ୍ଗା ଜଗିବା ସେଦିନ ତାଙ୍କର ପାଳିଥିଲା । କାରଣ ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୁରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜ ମାନେ ଯେପରି ନଦୀ ପାର ନହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି କ୍ୟାମ୍ପକୁ ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାରି କରାଇବ । ଆଶଙ୍କାକୁ ସତ କରି ପୋଲିସ ମାନେ ପ୍ରଜା ମଣ୍ଡଳ ଆନ୍ଦୋଳନ ଦମନ କରିବାକୁ ଆସିଲେ । ମାତ୍ର ସେମାନଙ୍କ ଆଦେଶ ସତ୍ତ୍ବେ ବାଜି ରାଉତ ଘାଟରୁ ଡଙ୍ଗା ଫିଟାଇଲେ ନାହିଁ । ପୋଲିସର ଧମକ ଚମକ ପରେ ମଧ୍ୟ କିଛି ଲାଭ ନହେବାରୁ, ସେମାନେ ତାଙ୍କୁ ସେଇଠି ଗୁଳି କରି ହତ୍ୟା କଲେ ।

ଏହା ପରେ ଡଙ୍ଗା ମଝି ନଈ କୂଳରେ ଥିବା ଲୋକଙ୍କୁ ଗୁଳି ଚାଳନା କରିଥିଲେ । ଏହା ଯୋଗୁଁ ପ୍ରାୟ 7 ଜଣ ଶହୀଦ ହୋଇଗଲେ ।

ABOUT THE AUTHOR

...view details