ଭୁବନେଶ୍ବର: ଗୁରୁବାର ଓଡିଶା ମାନବ ଅଧିକାର ଆୟୋଗ ବା OHRC ପକ୍ଷରୁ ବିଶ୍ବ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । କୋରୋନା କଟକଣା ମଧ୍ୟରେ ଦିବସଟି ପାଳିତ ହେବା ସହିତ ଜଷ୍ଟିସ ବି. କେ ପଟେଲ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମାନବ ଅଧିକାର ଆୟୋଗ ଦ୍ବାରା ହୋଇଥିବା ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆୟୋଗର ହସ୍ତକ୍ଷେପ ଦ୍ବାରା ଅନେକ ଦୃଷ୍ଟାନ୍ତମୂଳକ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଘଟିଛି । ମାନବ ଅଧିକାର ଆୟୋଗ ଶାସନକୁ ସୁଗମ କରିବା ପାଇଁ ଉଦ୍ଦିଷ୍ଟ । ସେମାନଙ୍କର ସାମାଜିକ, ଅର୍ଥନୀତି ଏବଂ ସାଂସ୍କୃତିକ ଅଧିକାର ହାସଲ କରିବାକୁ ପ୍ରଶାସନ ଏବଂ ଲୋକଙ୍କ ସାହାଯ୍ୟ ପାଇଁ ଏହା ରହିଛି । 2020 ମସିହାରେ ଡିସେମ୍ବର 1 ତାରିଖ ସୁଦ୍ଧା ଏହି ohrc କମିଶନଙ୍କ ପ୍ରାୟ 3419ଟି ଆବେଦନର ଶୁଣାଣି କରିଛନ୍ତି । OHRCର ଅଧ୍ୟକ୍ଷ ବି.କେ ପଟେଲ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଜଷ୍ଟିସ୍ ରଘୁବୀର ଦାଶ, ଅସୀମ ଅମିତାଭ ଦାଶ ଏବଂ ବିନୟାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।