ଓଡିଶା

odisha

ETV Bharat / city

ଶ୍ରାବଣ ମାସର ପ୍ରଥମ ସୋମବାର: ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର - ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ମଧ୍ୟ କାଉଡ଼ିଆମାନେ ମହାଦେବଙ୍କ ଉପରେ ଜଳାଭିଷେକ କରିବାକୁ ଯାତ୍ରା ଆରମ୍ଭ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Jul 22, 2019, 2:09 AM IST

ଭୁବନେଶ୍ୱର: ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର। ମହାଦେବଙ୍କ ଉପରେ ଜଳାଭିଷେକ କରିବାକୁ ରାଜ୍ୟର ବିଭିନ୍ନ ଶୈବପୀଠ ଗୁଡିକରେ କାଉଡିଆଙ୍କ ଭିଡ ଲାଗିବ । ଏଥିପାଇଁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ମଧ୍ୟ କାଉଡ଼ିଆମାନେ ମହାଦେବଙ୍କ ଉପରେ ଜଳାଭିଷେକ କରିବାକୁ ଯାତ୍ରା ଆରମ୍ଭ କରିଛନ୍ତି ।

ଏଥିପାଇଁ ଲିଙ୍ଗରାଜ ମନ୍ଦିରରେ ଆସିବାକୁ ଥିବା ଭକ୍ତ ଓ କାଉଡିଆଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରାବଣ ମାସର ସୋମବାରରେ ମହାଦେବ ଶିବଙ୍କୁ ଦର୍ଶନ କରି ଜଳାଭିଷେକ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେଣୁ ପ୍ରଥମ ପାଳିରେ ଭକ୍ତଙ୍କ ପ୍ରବଳ ଭିଡ ହେବା ଆଶଙ୍କା କରି ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଭିଡ଼କୁ ଲକ୍ଷ ରଖି ବଡି ଭୋରରୁ ମନ୍ଦିର ପହଡ଼ ଖୋଲିବା ସହିତ ଜଳାଭିଷେକପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି।

ତେବେ ଆଜି ରାତ୍ରି ସୁଦ୍ଧା ଅନେକ ଶ୍ରଦ୍ଧାଳୁ ମନ୍ଦିର ନିକଟରେ ପହଞ୍ଚି ସକାଳକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details