ଓଡିଶା

odisha

ETV Bharat / city

ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ରାମ ମନ୍ଦିର

ଜନ୍ମାଷ୍ଟମୀ ପାଇଁ ରାଜଧାନୀ ଭୁବନେଶ୍ବରରେ ବି ଚଳଚଞ୍ଚଳ ହୋଇ ଉଠିଛି । ରାମ ମନ୍ଦିର ସମେତ ଅନେକ ମନ୍ଦିର ମାନଙ୍କରେ ବ୍ୟାପକ ବ୍ୟବସ୍ଥା ସହ ପୂଜାଅର୍ଚ୍ଚନା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

By

Published : Aug 23, 2019, 11:43 AM IST

ଭୁବନେଶ୍ବର: ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଧରାପୃଷ୍ଠରେ ବାଲ ଗୋପାଲଙ୍କୁ ସ୍ବାଗତ କରିବାକୁ ସାରା ଦେଶରେ ଉତ୍ସବର ମାହୋଲ । ଜନ୍ମାଷ୍ଟମୀ ପାଇଁ ରାଜଧାନୀ ଭୁବନେଶ୍ବରରେ ବି ଚଳଚଞ୍ଚଳ ହୋଇ ଉଠିଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର
ରାମ ମନ୍ଦିର ସମେତ ଅନେକ ମନ୍ଦିର ମାନଙ୍କରେ ବ୍ୟାପକ ବ୍ୟବସ୍ଥା ସହ ପୂଜାଅର୍ଚ୍ଚନା ଦେଖିବାକୁ ମିଳିଛି ।

ଏଥିପାଇଁ ଭୁବନେଶ୍ବରସ୍ଥିତ ରାମ ମନ୍ଦିରରେ ଭକ୍ତଙ୍କ ବେଶ ଭିଡ଼ ଲାଗିଛି । ପୌରାଣିକ କଥାବସ୍ତୁ ଅନୁସାରେ, ଦ୍ବାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଧରାବତରଣ କରିଥିଲେ ଭଗବାନ ଶ୍ରୀକୃଷ୍ଣ ।

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ଶ୍ରୀକୃଷ୍ଣ । ସକାଳର ମଙ୍ଗଳ ଆଳତୀ ପରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଥିବା ବେଳେ ଦିନ ଗୋଟିଏରୁ ଦିନ 3 ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଅନ୍ୟପଟେ ଆଜି ମଧ୍ୟରାତ୍ରୀରେ ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମ ହେବ ବୋଲି ପୂଜକ କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details