ଓଡିଶା

odisha

By

Published : Sep 24, 2020, 6:13 PM IST

ETV Bharat / city

ରାଜଧାନୀରେ ଆଜି 349 ଆକ୍ରାନ୍ତ, 373 ସୁସ୍ଥ

ଭୁବନେଶ୍ବରରୁ 349 ନୂଆ ଆକ୍ରାନ୍ତ ଚିହ୍ନଟ । ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 120 ଜଣ ଚିହ୍ନଟ ହୋଇଥିବାବେଳେ 229 ଟି ସ୍ଥାନୀୟ ସଂକ୍ରମଣ । ଆଜି ସୁସ୍ଥ ସଂଖ୍ୟା 373 ରହିଛି ।

today-corona-update-of-bhubaneswar
ଭୁବନେଶ୍ବର କୋରୋନା ଅପଡେଟ

ଭୁବନେଶ୍ବର: ଭୁବନେଶ୍ବରରେ ଦ୍ରୁତଗତିରେ ବଢିଚାଲିଛି ସଂକ୍ରମଣ । ଆଜି ରାଜଧାନୀରୁ 349 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 120 ଜଣ ଚିହ୍ନଟ କରାଯାଇଥିବାବେଳେ ଲୋକାଲ କେସ୍ 229 ରହିଛି । ଏଠାରେ ସ୍ଥାନୀୟ ସଂକ୍ରମଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ଆଜି ଭୁବନେଶ୍ବରରେ 373 ଜଣ ଆରୋଗ୍ୟ ହୋଇଛନ୍ତି ।

ହୋମ କ୍ବାରେଣ୍ଟାଇନରେ ଚିହ୍ନଟ ହୋଇଥିବା 120ଜଣଙ୍କ ମଧ୍ୟରୁ 12 ଜଣ ୟୁନିଟ-8 ଅଂଚଳର ହୋଇଥିବାବେଳେ ଚନ୍ଦ୍ରଶେଖରପୁରରୁ 5ଜଣ, ନୟାପଲ୍ଲୀରୁ 7, ମଞ୍ଚେଶ୍ବରରୁ 7, ଚକେଇସିଆଣିରୁ 6, ଡୁମଡୁମାରୁ 3, କପିଲା ପ୍ରସାଦରୁ 3, କୋଲାଠିଆରୁ 5, ଶୈଳେଶ୍ରୀ ବିହାରରୁ 4 ଏବଂ 5 ଜଣ ପଟିଆ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ ହୋଇଥିବା 229 ଜଣ ସ୍ଥାନୀୟ ସଂକ୍ରମଣ ମଧ୍ୟରେ 12ଜଣ ରସୁଲଗଡ, 11ଜଣ ସହିଦ ନଗର, 13ଜଣ ନୟାପଲ୍ଲୀ, 6ଜଣ ଚନ୍ଦ୍ରଶେଖରପୁର, 5 ଜଣ ବିଜେବି ନଗର, 5 ଜଣ ବରମୁଣ୍ଡା, 5 ଜଣ ଆର ଆରସି ଭିଲେଜ, 5 ଜଣ ଜଗମରା, 9ଜଣ ଝାରପଡା, 9ଜଣ ପଟିଆ, 6 ଜଣ ପଟିଆ, 6ଜଣ ପାତ୍ରପଡା, 11ଜଣ ଓଲଡ ଟାଉନ ଓ 5ଜଣ ୟୁନିଟ-3 ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତ ସଂଖ୍ୟା 19ହଜାର 893ରେ ପହଁଚିଛି । ଅନ୍ୟପଟେ ଆଜି ଗୋଟିଏ ଦିନରେ ଭୁବନେଶ୍ବରରୁ 373 ଜଣ ସୁସ୍ଥ ହୋଇଛନ୍ତି । ଏଠାରେ ମୋଟ ସୁସ୍ଥସଂଖ୍ୟା 16,119 ରହିଛି । ଏହାସହ 3,683 ଟି କେସ୍ ସକ୍ରିୟ ରହିଥିବାବେଳେ ମୋଟ 76ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details