ଭୁବନେଶ୍ବର: ରାଜ୍ୟ 3 ହଜାର ତଳକୁ ଖସିଲା କୋରୋନାର ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ 2957 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 1698 ଚିହ୍ନଟ ହୋଇଥିବା ବେଳେ 1259 ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 408 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
STATE CORONA: ଦିନକରେ 2957 ଆକ୍ରାନ୍ତ ଚିହ୍ନଟ - କୋରୋନା ସଂକ୍ରମଣ
ଗତ 24 ଘଣ୍ଟାରେ ରାଜ୍ୟରେ 2957 କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...
![STATE CORONA: ଦିନକରେ 2957 ଆକ୍ରାନ୍ତ ଚିହ୍ନଟ STATE CORONA: ଦିନକରେ 2957 ଆକ୍ରାନ୍ତ ଚିହ୍ନଟ](https://etvbharatimages.akamaized.net/etvbharat/prod-images/768-512-12218828-thumbnail-3x2-p.jpg)
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 110, ବାଲେଶ୍ବରରୁ 247, ବରଗଡରୁ 41, ଭଦ୍ରକରୁ 192, ବଲାଙ୍ଗୀରରୁ 37, ବୌଦ୍ଧରୁ 47, କଟକରୁ 272, ଦେବଗଡରୁ 10, ଢେଙ୍କାନାଳରୁ 42, ଗଜପତିରୁ 24, ଗଞ୍ଜାମରୁ 18, ଜଗତସିଂହପୁରରୁ 103, ଯାଜପୁରରୁ 260, ଝାରସୁଗୁଡାରୁ 103, କଳାହାଣ୍ଡିରୁ 38, କନ୍ଧମାଳରୁ 51, କେନ୍ଦ୍ରାପଡାରୁ 116, କେନ୍ଦୁଝରରୁ 57, କୋରାପୁଟରୁ 60, ମାଲକାନଗିରିରୁ 56, ମୟୂରଭଞ୍ଜରୁ 135, ନବରଙ୍ଗପୁରରୁ 45, ନୟାଗଡରୁ 112, ନୂଆପଡାରୁ 10, ପୁରୀରୁ 219, ରାୟଗଡାରୁ 63, ସମ୍ବଲପୁରରୁ 28, ସୋନପୁରରୁ 25, ସୁନ୍ଦରଗଡରୁ 58 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲ ସଂକ୍ରମଣ ସଂଖ୍ୟା 70 ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 8 ଲକ୍ଷ 83 ହଜାର 490କୁ ବୃଦ୍ଧି ପାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ