ଭୁବନେଶ୍ବର: ଆଜି(ଶନିବାର) ସନ୍ଧ୍ୟା ସାଢେ 5ଟା 30ରେ ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ବାତ୍ୟା ସ୍ଥିତିର ସମୀକ୍ଷା କରିବେ । ଏହି ସମୀକ୍ଷା ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଥିବା ବେଳେ କିଛି ମନ୍ତ୍ରୀ ଏଥିରେ ଉପସ୍ଥିତ ରହିବେ ।
ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏସଆରସି ପ୍ରଦୀପ ଜେନା ଉପସ୍ଥିତ ରହିବେ । ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ଲୋକ ପ୍ରତିନିଧି, ଜିଲ୍ଲାପାଳ, ଏସପି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ବାତ୍ୟା ୟସ ଆଜି ଲଘୁଚାପର ରୂପ ନେବାକୁ ଯାଉଛି । ଏହା ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ପବନ ହେବ ବୋଲି ଆଶଙ୍କା ମଧ୍ୟ କରାଯାଉଛି । ମହାମାରୀ ସହିତ ବାତ୍ୟାର ମୁକାବିଲା କରିବା ପାଇଁ ସରକାର ଏହି ବୈଠକ କରିବାକୁ ଯାଉଛନ୍ତି ।