ଓଡିଶା

odisha

ETV Bharat / city

ରେଳ ବଜେଟ 2020: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସମୀର ମହାନ୍ତି

2020-21 ଆର୍ଥିକ ବର୍ଷର ରେଳ ବଜେଟ ଆଗତ ହେବା ପରେ ଓଡିଶାବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

today-central-government-declared-2020-21-rail-budget-bjp-state-president-samir-mohanty-saying-thank-you-pm-modi-for-odisha-peoples
ରେଳ ବଜେଟ 2020: ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଲେ ସମୀର

By

Published : Feb 5, 2020, 9:59 PM IST

ଭୁବନେଶ୍ବର: କେନ୍ଦ୍ରୀୟ ରେଳ ବଜେଟ ୨୦୨୦-୨୧ ଆଗତ ହେବା ପରେ ଓଡିଶାକୁ ୪୩୭୩ କୋଟି ଟଙ୍କାର ଅନୁଦାନ ମିଳିଛି । ଆଗାମୀ ଦିନରେ ନୀତି ଆୟୋଗର ଅନୁମୋଦନ ପରେ ସମ୍ବଲପୁର–ଗୋପାଳପୁର ନୂଆ ରେଳ ଲାଇନ ପାଇଁ ଆହୁରି ଅଧିକ ୨୯୫୭ କୋଟି ଟଙ୍କା ଓଡିଶାକୁ ମିଳିବ । କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ କ୍ରମାଗତ ଭାବେ ରେଳ ବଜେଟରେ ଓଡିଶାକୁ ଗୁରୁତ୍ବ ଦିଆଯାଇଛି ।

ପୂର୍ବରୁ କଂଗ୍ରେସ ନେତୃତ୍ବାଧିନ ୟୁପିଏ ସରକାର ସମୟରେ ରେଳ ବଜେଟରେ ଓଡିଶାକୁ ୧୦୦୦ କୋଟିରୁ ଅଧିକ ଅର୍ଥ ମିଳିନଥିଲା। କେନ୍ଦ୍ରରେ ମୋଦି ସରକାର କ୍ଷମତାସୀନ ହେବା ପର ଠାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ୨୯,୧୨୧ କୋଟି ଟଙ୍କାର ଅନୁଦାନ ମିଳିଥିବାରୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରେଳ ବଜେଟ 2020: ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଲେ ସମୀର

ଏନେଇ ବିଜେପି ରାଜ୍ଯ ଶାଖା ସଭାପତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସମୀକ୍ଷା ହୋଇଥିବା ଖୋର୍ଦ୍ଧା–ବଲାଙ୍ଗୀର ରେଳପଥ ପାଇଁ ଗତ ବର୍ଷ ୩୫୦ କୋଟି ମିଳିଥିବାବେଳେ ଚଳିତ ବଜେଟରେ ୫୨୦ କୋଟି ଅନୁଦାନ ମିଳିଛି । ଅନୁଗୁଳ–ସୁକିନ୍ଦା ରେଳ ପ୍ରକଳ୍ପରେ ଗତବର୍ଷ ୨୫୦ କୋଟି ମିଳିଥିବାବେଳେ ଏଥର ୪୫୦ କୋଟି ମିଳିଛି । ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳ ପଥ ଆସନ୍ତା ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ ହେବ । ଏଥିପାଇଁ ୧୦୦ କୋଟି ଟଙ୍କାର ଅନୁଦାନ ମିଳିଛି ।

ରାଜ୍ୟରେ ରେଳ ଲାଇନ ଦୋହରୀକରଣ ପାଇଁ ସର୍ବମୋଟ ୧୨୦୦ କୋଟି ଦିଆଯାଇଛି। ଏହି ଅର୍ଥରେ ସମ୍ବଲପୁର–ତାଳଚେର, ସମ୍ବଲପୁର–ଟିଟିଲାଗଡ, ଟିଟିଲାଗଡ–ରାୟଗଡା, ଟିଟିଲାଗଡ–ରାୟପୁର ରେଳ ଲାଇନର ଦୋହରିକରଣ କରାଯିବ। ସମ୍ବଲପୁର ଠାରେ ୱାଗନ ୱାର୍କସପ ପାଇଁ ୨୦ କୋଟି ଟଙ୍କାର ଅନୁଦାନ ମିଳିଛି । ବ୍ରିଜ ତଳେ ଏବଂ ଉପରେ ରେଳ ଲାଇନ ପାଇଁ ୧୧୬୫ କୋଟି ଅନୁଦାନ ଦିଆଯାଇଛି।

ଆଗାମୀ ଦିନରେ ନିତିଆୟୋଗ ଅନୁଦାନ ପରେ ସମ୍ବଲପୁର–ଗୋପାଳପୁର ନୂଆ ଲାଇନ ପାଇଁ ୨୯୫୭ କୋଟି ଟଙ୍କା ଅନୁଦାନ ମିଳିବ । ଚଳିତ ରେଳ ବଜେଟରେ ଓଡିଶାକୁ ରେକର୍ଡ ପରିମାଣର ଅର୍ଥ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡିଶାବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ବିଜେପି ମଙ୍ଗୁଆଳ।

  • ଖୋର୍ଦ୍ଧା–ବଲାଙ୍ଗୀର ରେଳପଥକୁ ଚଳିତ ବଜେଟରେ ମିଳିଛି ୫୨୦ କୋଟି
  • ଅନୁଗୁଳ–ସୁକିନ୍ଦା ପାଇଁ ମିଳିଛି ୪୫୦ କୋଟି
  • ହରିଦାସପୁର-ପାରାଦୀପ ରେଳପଥ ଆସନ୍ତା ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ ହେବ
  • ରେଳ ଲାଇନ ଦୋହରିକରଣ ପାଇଁ ସର୍ବମୋଟ ୧୨୦୦ କୋଟି ଅନୁଦାନ
  • ସମ୍ବଲପୁରଠାରେ ୱାଗନ ୱାର୍କସପ ପାଇଁ ୨୦ କୋଟି ଟଙ୍କାର ଅନୁଦାନ
  • ବ୍ରିଜ ତଳେ ଏବଂ ଉପରେ ରେଳ ଲାଇନ ପାଇଁ ୧୧୬୫ କୋଟି ଅନୁଦାନ
  • ନୀତିଆୟୋଗ ଅନୁମୋଦନ ପରେ ସମ୍ବଲପୁର–ଗୋପାଳପୁର ନୂଆ ଲାଇନ ପାଇଁ ଆହୁରି ଅଧିକ ୨୯୫୭ କୋଟି ଟଙ୍କାର ଅନୁଦାନ ମିଳିବ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details