ଓଡିଶା

odisha

ETV Bharat / city

ପର ଘର ତିଅଣରେ ଅତିଥି ସତ୍କାର କରୁଛି ବିଜେଡି; ଲେଖାଶ୍ରୀ ସାମନ୍ତସିଂହାର - BJP press meet

ପ୍ରେସମିଟ କରି ବିଜେଡି ଉପରେ ପ୍ରବଳ ବର୍ଷିଛନ୍ତି ବିଜେପିର ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିହାଂର । ଚାଷୀମାନଙ୍କ ସମସ୍ୟା ନେଇ ବିଜେଡି ଯେଉଁ ପ୍ରସମିଟ୍ କରିଥିଲେ, ତାହାସହ ତାଳମେଳ ନଥିବା ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତସିହାଂର ।

ବିଡେଡି ଉପରେ ବର୍ଷିଲେ ଲେଖାଶ୍ରୀ
ବିଡେଡି ଉପରେ ବର୍ଷିଲେ ଲେଖାଶ୍ରୀ

By

Published : Jan 18, 2021, 3:27 PM IST

Updated : Jan 18, 2021, 6:45 PM IST

ଭୁବନେଶ୍ବର: ଆଜି(ସୋମବାର) ବିଜେଡି ପକ୍ଷରୁ ହୋଇଥିବା ପ୍ରେସମିଟର ଜବାବ ରଖିଛି ବିଜେପି । ପ୍ରେସମିଟ କରି ବିଜେଡି ଉପରେ ପ୍ରବଳ ବର୍ଷିଛନ୍ତି ବିଜେପିର ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିହାଂର । ଚାଷୀମାନଙ୍କ ସମସ୍ୟା ନେଇ ବିଜେଡି ଯେଉଁ ପ୍ରସମିଟ୍ କରିଥିଲେ, ତାହାସହ ତାଳମେଳ ନଥିବା ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତସିହାଂର ।

ଚାଷ ଓ ଚାଷୀ ପ୍ରସଙ୍ଗରେ ବିଜେଡିକୁ କାଉଣ୍ଟର କରିଛି ବିଜେପି । ବିଜେଡି ସାମ୍ବାଦିକ ସମ୍ମିଳନୀ କରି ବିଜେପି ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲା। ଉଷୁନା ଚାଉଳ, ବକେୟା ସବସିଡି ସାଙ୍ଗକୁ ସ୍ବାମୀନାଥନ କମିଟି ସୁପାରିଶ ଲାଗୁ କରିବାକୁ କହିଥିଲା। ଯାହାର ଜବାବରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି, ଧାନ ସଂଗ୍ରହରେ ବ୍ୟାପକ ତ୍ରୁଟି ଦେଖା ଦେଇଛି। ଚାଷୀ ଧାନ ବିକ୍ରି କରି ପାରୁନି। ଟୋକାନ ମିଳୁନି, ମିଳିଲେ ବି ତାହା ଲ୍ୟାପସ କରିଯାଉଛି। ନାହିଁ ନଥିବା ସମସ୍ୟା ମଣ୍ଡିରେ ଦେଖାଦେଉଛି। ପରିବହନ, ସୁତୁଲି, ବ୍ୟାଗ ବାବଦ ଅର୍ଥ ହରିଲୁଟ ହେଉଛି।

ବିଡେଡି ଉପରେ ବର୍ଷିଲେ ଲେଖାଶ୍ରୀ

କ୍ବିଣ୍ଟାଲ ପିଛା କେନ୍ଦ୍ର ଦେଉଥିବା ଏମଏସପି ଚାଷୀଙ୍କୁ ମିଳୁନାହିଁ। ଯାହାକୁ ନେଇ ଆଗାମୀ 21ରେ ବିଜେପି ସମ୍ବଲପୁର ଆରଡିସି ଅଫିସ ଘେରାଓ କରିବାକୁ କହିଛି। ସେଥିପାଇଁ ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି କହିଛନ୍ତି ପ୍ରଦୀପ ପୁରୋହିତ।

ଅନ୍ୟପଟେ ଲେଖାଶ୍ରୀ କହିଛନ୍ତି , ଧାନ ବିଷୟରେ ନକହି ଚାଉଳ ବିଷୟରେ କହିଛି ବିଜେଡି । ବିଜେଡ଼ିର 3 ଜଣ ବିଧାୟକ ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ପ୍ରେସମିଟ କଲେ, ହେଲେ 3 ଜଣଙ୍କ କଥାରେ ତାଳମେଳ ନାହିଁ । ଆମର ଅନୁରୋଧ ବିଜେଡ଼ି ତୃତୀୟ ମହଲାରୁ ଠିକ୍ ତଥ୍ୟ ବୁଝିକି ଆସନ୍ତୁ । ତାପରେ ଆମେ ଉତ୍ତର ରଖିବୁ ।

ଆଜି ଆରଡିସି ଅଫିସ ଘେରାଉ କଥା ଉଠିବାରୁ ଛାନିଆ ହୋଇଛି ବିଜେଡି । ଟୋକୋନ ନାଁରେ ଚାଷୀଙ୍କୁ ହଇରାଣ କରାଯାଉଛି। ମଣ୍ଡିରେ କଟନି ଛଟନି ହେଉଥିବା ଅଭିଯୋଗ କରିଛି ବିଜେପି । ମଣ୍ଡିରେ କଟନି ଛଟନି କରି ଦଳୀୟ ଫଣ୍ଡ ବଢାଉଛି ବିଜେଡି ବୋଲି ଅଭିଯୋଗ ଦୋହରାଇଛନ୍ତି ଲେଖାଶ୍ରୀ ।

ଭଲ ଫସଲ ହେତୁ ବାକି ଧାନ କାହିଁକି ରାଜ୍ୟ ସରକାର ନେଉନାହାନ୍ତି । ଚାଷୀଙ୍କୁ ଭ୍ରମିତ କରୁଛି ବିଜେଡି । ଅନ୍ୟ ରାଜ୍ୟ ବଳକା ଧାନ ନେଉଥିବା ବେଳେ ରାଜ୍ୟ ସରକାର କାହିଁକି ଧାନ ନେଉନାହାନ୍ତି । କେନ୍ଦ୍ର ସରକାର ପଇସାରେ ବାହା ବାହା ନେଉଛି ବିଜେଡି। ପର ଘର ତିଅଣରେ ଅତିଥି ସତ୍କାର କରୁଛି ବିଜେଡି ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତ ସିହାଂର । ବିଜେଡି ମିଛ କହିବାର ଅଭ୍ୟାସ ହୋଇଯାଇଛି ବୋଲି କହିଛନ୍ତି ବିଜେପି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ତପନ କୁମାର ଦାସ, ଇଟିଭି ଭାରତ

Last Updated : Jan 18, 2021, 6:45 PM IST

ABOUT THE AUTHOR

...view details