ଭୁବନେଶ୍ବର: ଓଡିଶାରେ ଦିନକରେ ପୁଣି 3645 କୋରୋନା ଆକ୍ରାନ୍ତ ହୋଇଛନ୍ତି । ଆଜି ମଧ୍ୟ 30 ଟି ଜିଲ୍ଲାରୁ କୋରୋନା ପଜିଟିଭ ରିପୋର୍ଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ 2151 ଜଣ କ୍ବାରେଣ୍ଟାଇନରେ ରହିଥିଲେ । 1494 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ସେହିପରି ସର୍ବାଧିକ ମାମଲା ପୁଣି ଖୋର୍ଦ୍ଧାରୁ 517 ଆକ୍ରାନ୍ତ ଚିହ୍ନଟ କରାଯାଇଛି ।
ଅନ୍ୟପଟେ, ଅନୁଗୋଳରେ 39, ବାଲେଶ୍ୱରରେ 156, ବରଗଡରେ 157, ଭଦ୍ରକରେ 143, ବଲାଙ୍ଗୀରରେ 39, ବୌଦ୍ଧରେ 30, କଟକରେ 357, ଦେଓଗଡରେ 15, ଢେଙ୍କାନାଳରେ 68, ଗଜପତି ରେ 9, ଗଞ୍ଜାମରେ 46, ଜଗତସିଂହପୁରରେ 95, ଯାଜପୁରରେ 116, ଝାରସୁଗୁଡା 91 , କଳାହାଣ୍ଡିରେ 79, କନ୍ଧମାଳ ରେ 95, କେନ୍ଦ୍ରାପଡାରେ 75, କେନ୍ଦୁଝରରେ 56, କୋରାପୁଟରେ 95, ମାଲକାନଗିରି ରେ 33, ମୟୂରଭଞ୍ଜରେ 137, ନବରଙ୍ଗପୁରରେ 90, ନୟାଗଡରେ 38, ନୂଆପଡାରେ 90, ପୁରୀରେ 246, ରାୟଗଡା ରେ 79, ସମ୍ବଲପୁରରେ 127, ସୋନପୁରରେ 99, ସୁନ୍ଦରଗଡରେ 84 ।
ସୂଚନାଯୋଗ୍ୟ, ଆଜି କୋରୋନା ସଂକ୍ରମିତଙ୍କ ଚିହ୍ନଟ ପରେ 1,58,650ରେ ପହଞ୍ଚିଛି । ସେଥିମଧ୍ୟରୁ 122024 ଜଣ ସୁସ୍ଥ ହୋଇଥିବାବେଳେ ସକ୍ରିୟ ମାମଲା 35,928 ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ