ଓଡିଶା

odisha

Foundation Day; ଆଜି ୭୯ତମ ପ୍ରତିଷ୍ଠା ଦିବସ ପାଳୁଛି Utkal University

By

Published : Nov 27, 2021, 12:43 PM IST

ଉତ୍କଳ ବିଶ୍ଵବିଦ୍ୟାଳୟର ୭୯ତମ ପ୍ରତିଷ୍ଠା ଦିବସ କନଭୋକେସନ୍ ହଲରେ ଆରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ( Dharmendra Pradhan In Utkal University) ଯୋଗଦେଇଛନ୍ତି । ଅଧିକ ପଢନ୍ତୁ

ଆଜି Utkal Universityର ୭୯ତମ ପ୍ରତିଷ୍ଠା ଦିବସ
ଆଜି Utkal Universityର ୭୯ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଆଜି ଉତ୍କଳ ବିଶ୍ଵବିଦ୍ୟାଳୟର (Utkal University Foundation Day) ୭୯ତମ ପ୍ରତିଷ୍ଠା ଦିବସ । ଏନେଇ ବିଶ୍ଵବିଦ୍ୟାଳୟର କନଭୋକେସନ୍ ହଲରେ ଆରମ୍ଭ ହୋଇଯାଇଛି କାର୍ଯ୍ୟକ୍ରମ । ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଦ୍ମଶ୍ରୀ ଡ.ରଜତ କର, ବିଶ୍ବ ବିଦ୍ୟାଳୟ କୁଳପତି ସବିତା ଆଚାର୍ଜ, ରେଜିଷ୍ଟର ଅଭୟ କୁମାର ନାୟକ ପ୍ରମୁଖ ଯୋଗ ଦେଇଛନ୍ତି ।

ଆଜି Utkal Universityର ୭୯ତମ ପ୍ରତିଷ୍ଠା ଦିବସ

ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ଵବିଦ୍ୟାଳୟ କୁଳସଚିବ ଡ.ଅଭୟ କୁମାର ନାୟକ ବାର୍ଷିକ ରିପୋର୍ଟ ପ୍ରଦାନ କରିବେ । ଏଥି ସହ କାର୍ଯ୍ୟକ୍ରମରେ ୪୯ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯିବ । ୨୦୨୦ ଶିକ୍ଷାବର୍ଷ ପାଇଁ ୭ଜଣ ଓ ୨୦୨୧ ଶିକ୍ଷାବର୍ଷ ପାଇଁ ୫ ଜଣଙ୍କ ସ୍ବର୍ଣ୍ଣ ପଦକ ଦିଆଯିବ । ଆଉ ୨ଜଣଙ୍କୁ ଟ୍ରଫି ସହ ସହ ଅନ୍ୟ ମାନଙ୍କୁ ଅର୍ଥ ପ୍ରଦନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details