ଭୁବନେଶ୍ବର: ରାଜଧାନୀରେ ଚିନ୍ତା ବଢାଉଛି ମହାମାରୀ କୋରୋନା ସଂକ୍ରମଣ । ଆଜି(ସୋମବାର)ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ 49 କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ 34 ଚିହ୍ନଟ ହୋଇଥିବା ବେଳେ 15 ସ୍ଥାନୀୟ ସଂକ୍ରମଣ ଭାବରେ ଚିହ୍ନଟ ହୋଇଛନ୍ତି । ଏହାବାଦ୍ ଆଜି 53 ଜଣ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା 58 କୋରୋନା ସଂକ୍ରମଣ ମଧ୍ୟରୁ ଭୁବନେଶ୍ବରରୁ 49 ଆକ୍ରାନ୍ତ ରହିଛନ୍ତି । ତେବେ ଚିହ୍ନଟ ହୋଇଥିବା 34 ଜଣ କ୍ଵାରେଣ୍ଟାଇନ କେନ୍ଦ୍ରରୁ ବୋଲି ଜଣାପଡିଛି । ସେମାନେ ହେଲେ ଭରତପୁର ଅଞ୍ଚଳର 24 ବର୍ଷୀୟ ଯୁବକ, ଜଗମରା ଅଞ୍ଚଳର, ଓଲଡ଼ ଟାଉନ, ୟୁନିଟ-3 ଅଞ୍ଚଳର ଖାରବେଳ ନଗର, ୟୁନିଟ-5 ଅଞ୍ଚଳ, ଓଲଡ଼ ଟାଉନ ବାରିକସାହି, 3 ଜଣ ମେଡିକାଲ କର୍ମଚାରୀ, ଝାରପଡ଼ା, ସତ୍ୟନଗର, ମୈତ୍ରୀବିହାର, 3 ଜଣ ଜିଜିପି କଲୋନୀ ରସୁଲଗଡ, 5 ଜଣ ହେଉଛନ୍ତି ମଞ୍ଚେଶ୍ବର ,ସୁନ୍ଦରପଦା, କଳିଙ୍ଗନଗର କେ-6, ଗଙ୍ଗନଗର, ଭୀମପୁର, 4 ଜଣ ନୟାଲ୍ଲୀର ଏନ-6, ନୟାପଲ୍ଲୀର ସୀତାପୁର ବସ୍ତି, ବରମୁଣ୍ଡା ଅଞ୍ଚଳରେ ଆକ୍ରାନ୍ତ ହୋମ କ୍ଵାରେଣ୍ଟାଇନରୁ ଚିହ୍ନଟ କରାଯାଇଛି ।