ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ମୃତ୍ୟୁ ସଂଖ୍ୟା । ଆଜି(ମଙ୍ଗଳବାର) ଦିନକରେ 4 ଜଣଙ୍କ କୋରୋନା ଜନିତ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ଏବେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 1843କୁ ବୃଦ୍ଧି ପାଇଛି ।
କମୁଛି କୋରୋନା ମୃତ୍ୟୁ ସଂଖ୍ୟା, ଦିନକରେ 4 ଜଣଙ୍କ ମୃତ - corona death
ରାଜ୍ୟରେ ପୁଣି ଗଡ଼ିଲା 4 ଜଣଙ୍କ ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ଏବେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 1843କୁ ବୃଦ୍ଧି ପାଇଛି ।
![କମୁଛି କୋରୋନା ମୃତ୍ୟୁ ସଂଖ୍ୟା, ଦିନକରେ 4 ଜଣଙ୍କ ମୃତ ଦିନକରେ 4 ଜଣଙ୍କ ମୃତ୍ୟୁ](https://etvbharatimages.akamaized.net/etvbharat/prod-images/768-512-9965002-25-9965002-1608622104730.jpg)
ଦିନକରେ 4 ଜଣଙ୍କ ମୃତ୍ୟୁ
ରାଜ୍ୟରେ କରୋନାର ସଂକ୍ରମଣ କମୁଥିବା ବେଳେ କୋରୋନାରେ ମୃତ୍ୟୁ ସଂଖ୍ୟା ବି କମିବାରେ ଲାଗିଛି। ରାଜ୍ୟରେ ପୁଣି ଗଡ଼ିଲା 4 ଜଣଙ୍କ ମୁଣ୍ଡ। ଆଜି କୋରୋନାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ ଭୁବନେଶ୍ବରରେ 70 ବର୍ଷର ପୁରୁଷ, ଯାଜପୁରରେ 72 ବର୍ଷର ପୁରୁଷ, କଳାହାଣ୍ଡିରେ 77 ବର୍ଷର ପୁରୁଷ ଓ ପୁରୀରେ 52 ବର୍ଷର ପୁରୁଷ ରହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ