ଓଡିଶା

odisha

ETV Bharat / city

ରାଜଧାନୀରେ କମୁଛି କୋରୋନା ସଂକ୍ରମଣ, ଆଜି 253 ଆକ୍ରାନ୍ତ ଚିହ୍ନଟ - local corona cases more than quarantine case

ଭୁବନେଶ୍ବରରେ ଆଜି 253 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟିନ ସେଣ୍ଟର ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇଛି । ଅଧିକ ପଢ଼ନ୍ତୁ...

ରାଜଧାନୀରେ କମୁଛି କୋରୋନା ସଂକ୍ରମଣ, ଆଜି 253 ଆକ୍ରାନ୍ତ ଚିହ୍ନଟ
ରାଜଧାନୀରେ କମୁଛି କୋରୋନା ସଂକ୍ରମଣ, ଆଜି 253 ଆକ୍ରାନ୍ତ ଚିହ୍ନଟ

By

Published : Oct 15, 2020, 5:56 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଆଜି(ଗୁରୁବାର) 253 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 73 ଜଣ କ୍ବାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ 180 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଆଜି ଭୁବନେଶ୍ବରରେ 299 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ଏହାସହ ରାଜଧାନୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 26 ହଜାର 536କୁ ବୃଦ୍ଧି ପାଇଛି ।

ରାଜଧାନୀରେ କମୁଛି କୋରୋନା ସଂକ୍ରମଣ, ଆଜି 253 ଆକ୍ରାନ୍ତ ଚିହ୍ନଟ

କ୍ବାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ନୟାପଲ୍ଲୀ ଅଞ୍ଚଳରୁ ସର୍ବାଧିକ 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ୟୁନିଟ 9 ଅଞ୍ଚଳରୁ 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡୁମଡୁମା ଅଞ୍ଚଳରୁ 3 ଜଣ, ବିଜେବି ନଗରରୁ 2 ଜଣ, ଚନ୍ଦ୍ରଶେଖରପୁରରୁ 2 ଜଣ, ସହିଦ ନଗର ଓ ପଟିଆ ଅଞ୍ଚଳରୁ 4 ଜଣ ଲେଖାଏଁ ଆକ୍ରାନ୍ତ, ରସୁଲଗଡ଼ ଓ ପୋଖରିପୁଟ ଅଞ୍ଚଳୁ 3 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ରାଜଧାନୀରେ କମୁଛି କୋରୋନା ସଂକ୍ରମଣ, ଆଜି 253 ଆକ୍ରାନ୍ତ ଚିହ୍ନଟ

ସେପଟେ ଭୁବନେଶ୍ବରରେ କ୍ବାରେଣ୍ଟିନ ସେଣ୍ଟର ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇଛି । ମୋଟ 180 ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଲକ୍ଷ୍ମୀ ସାଗର ଅଞ୍ଚଳରୁ ସର୍ବାଧିକ 13 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ସହିଦନଗରରୁ 10 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଟିଆରୁ 9 ଜଣ ଆକ୍ରାନ୍ତ, ଡୁମଡୁମାରୁ 7 ଜଣ, ଆଇଆରସି ଭିଲେଜରୁ 6 ଜଣ, କଳିଙ୍ଗ ନଗରରୁ 5 ଜଣ ଚିହ୍ନଟ ହୋଇଛନ୍ତି ।

ଏହାସହ ଭୁବନେଶ୍ବରରୁ ମୋଟ 23 ହଜାର 166 ଜଣ ସୁସ୍ଥ ହୋଇ ଫେରିଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 127 ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ 3 ହଜାର 222 ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ପୂର୍ବାପେକ୍ଷା ରାଜଧାନୀ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ତେବେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବର୍ତ୍ତମାନ ଏହା ପ୍ରଶାସନ ପାଇଁ ଏକ ଚିନ୍ତାର କାରଣ ପାଲଟିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details