ଭୁବନେଶ୍ବର: ଆଜି ୟୁଏଇରୁ 215 ଜଣ ପ୍ରବାସୀ ଓଡିଶା ଅଭିମୁଖେ ଉଡାଣ ଭରିବେ । ଅପରାହ୍ନ 4.35ରେ ୟୁଏଇରୁ ବାହାରି ରାତି 10ଟା 15ରେ ଭୁବନେଶ୍ବରରେ ପହଞ୍ଚିବେ । ଏୟାର ଆରବିୟାର ଫ୍ଲାଇଟ ନମ୍ବର G9645ରେ ଏମାନେ ଓଡିଶା ଅଭିମୁଖେ ଯାତ୍ରା କରିବେ ।
ଆଜି ୟୁଏଇରୁ ଆସିବେ 215 ପ୍ରବାସୀ ଓଡିଆ, ସାରଥୀ ସାଜିବେ ଓଡିଆ ଝିଅ - ସାରଥୀ ସାଜିବେ ଓଡିଆ ଝିଅ
ଆଜି ୟୁଏଇରୁ 215 ଜଣ ପ୍ରବାସୀ ଓଡିଶା ଅଭିମୁଖେ ଉଡାଣ ଭରିବେ । ଅପରାହ୍ନ 4.35ରେ ୟୁଏଇରୁ ବାହାରି ରାତି 10ଟା 15ରେ ଭୁବନେଶ୍ବରରେ ପହଞ୍ଚିବେ । ସବୁଠାରୁ ବଡକଥା ହେଉଛି ଏହି ବିମାନକୁ ଜଣେ ଓଡିଆ ଝିଅ ଉଡାଇବେ । ଅଧିକ ପଢନ୍ତୁ...
![ଆଜି ୟୁଏଇରୁ ଆସିବେ 215 ପ୍ରବାସୀ ଓଡିଆ, ସାରଥୀ ସାଜିବେ ଓଡିଆ ଝିଅ ଆଜି ୟୁଏଇରୁ ଆସିବେ 215 ପ୍ରବାସୀ ଓଡିଆ, ସାରଥୀ ସାଜିବେ ଓଡିଆ ଝିଅ](https://etvbharatimages.akamaized.net/etvbharat/prod-images/768-512-7827385-thumbnail-3x2-b.jpg)
ଆଜି ୟୁଏଇରୁ ଆସିବେ 215 ପ୍ରବାସୀ ଓଡିଆ, ସାରଥୀ ସାଜିବେ ଓଡିଆ ଝିଅ
ତେବେ ସବୁଠାରୁ ବଡକଥା ହେଉଛି ଏହି ବିମାନକୁ ଜଣେ ଓଡିଆ ଝିଅ ଉଡାଇବେ । ଓଡିଆ ଝିଅ କ୍ୟାପଟେନ ମଧୁ ଏହାକୁ ଉଡାଇବେ ବୋଲି ସୂଚନା ମିଳିଛି । ୟୁଏଇର ସରଜାହ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏହି ବିମାନ ଉଡାଣ କରି ଭୁବନେଶ୍ବରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିବ ।
ସୂଚନାଥାଉକି, ପୂର୍ବରୁ ବନ୍ଦେ ଭାରତ ମିଶନରେ ଅନେକ ଓଡିଆ ବିଦେଶରୁ ଆସିସାରିଛନ୍ତି ।