ଭୁବନେଶ୍ବର: ରାଜଧାନୀରେ କାୟା ମେଲାଉଛି କୋରୋନା । ଭୁବନେଶ୍ବରରେ ଆଜି(ଶୁକ୍ରବାର) ସର୍ବାଧିକ 124 ରେକର୍ଡ ସଂଖ୍ୟକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବସ୍ତିକୁ ବସ୍ତି ବ୍ୟାପିବାରେ ଳାଗିଛି କୋରୋନା ସଂକ୍ରମଣ । ଶୁକ୍ରବାର ଗୋଟିଏ ଦିନରେ 124 ପଜେଟିଭ ଚିହ୍ନଟ ହେବା ପରେ ଏବେ ରାଜଧାନୀରେ କୋରୋନା ସଂକ୍ରମଣ ସଂଖ୍ୟା ହଜାରେ ଅତିକ୍ରମ କରିଛି ।
ଆଜି (ଶୁକ୍ରବାର) ଚିହ୍ନଟ ହୋଇଥିବା 124 ପଜେଟିଭ କେସ ମଧ୍ୟରୁ 72 ଜଣ ହୋମ କ୍ଵାରେଣ୍ଟାଇନରେ ଚିହ୍ନଟ ହୋଇଥିବା ବେଳେ 52 ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ତେବେ 72 ହୋମ କ୍ଵରେଣ୍ଟାଇନଙ୍କ ମଧ୍ୟରୁ 8 ଜଣ ନୟାପଲ୍ଲୀ, ସୀତାପୁର ବସ୍ତି, ୟୁନିଟ-4 ମାଛ ମାର୍କେଟରୁ 4 ଜଣ, 2 ଜଣ ସହିଦନଗର, 9 ଜଣ ନୂଆଁଗାଁ, 4 ଜଣ ବରମୁଣ୍ଡା, 2 ଜଣ ଭରତପୁର, 8 ଜଣ ନୟାପଲ୍ଲୀ ତ୍ରିନାଥ ବସ୍ତି, 5 ଜଣ ଗଣମାଧ୍ୟମ ସଂସ୍ଥାର କର୍ମଚାରୀ, 2 ଜଣ ଏମ୍ସ ପାତ୍ରପଡା ଅଞ୍ଚଳର, ଶୈଳେଶ୍ବରୀ ବିହାରରୁ 2 ଜଣ, ଚନ୍ଦ୍ରଶେଖରପୁର, କଳ୍ପନା ଛକ ନିକଟ କଟେଲ ପୁଷ୍ପକ, ଗଜପତିନଗର, ପୋଖରିପୁଟ, ଲକ୍ଷ୍ମୀସାଗର,2 ଜଣ ସହିଦନଗର, ସୌଭାଗ୍ୟନଗର, ୟୁନିଟ-9 ଓ ଲକ୍ଷ୍ମୀବିହାର ବସ୍ତିରେ ଚିହ୍ନଟ କରାଯାଇଛି ।