ଓଡିଶା

odisha

ETV Bharat / city

ରାଜ୍ୟରେ ଆଜି ସୁସ୍ଥ ହେଲେ 120 କୋରୋନା ଆକ୍ରାନ୍ତ - ସୁସ୍ଥ ହେଲେ 120

ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତ ସୁସ୍ଥ ହେବାରେ ଲାଗିଛନ୍ତି । ଫଳରେ ସୁସ୍ଥ ସଂଖ୍ୟା ସର୍ବାଧିକ ରହିଛି। ଆଜି ପୁଣି ରାଜ୍ୟରେ 120 ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ 2474 ସୁସ୍ଥ ସଂଖ୍ୟା ପହଁଚିଛି । ଅଧିକ ପଢନ୍ତୁ..

today-120-corona-patient-are-cured
today-120-corona-patient-are-cured

By

Published : Jun 12, 2020, 5:22 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା କାୟା ବିସ୍ତାର କରିଥିବା ବେଳେ ଆକ୍ରାନ୍ତ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆଜି ପୁଣି 120 ଜଣ ସୁସ୍ଥ ହୋଇଛନ୍ତି । ଫଳରେ ସୁସ୍ଥ ସଂଖ୍ୟା 2474 କୁ ବୃଦ୍ଧି ଘଟିଛି । ଗଞ୍ଜାମରେ 36 ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରେ 19 ଜଣ, ବାଲେଶ୍ୱରରେ 14 ଜଣ, ବଲାଙ୍ଗୀରରେ 12 ଜଣ, ଢେଙ୍କାନାଳରେ 9 ଜଣ, ନୟାଗଡ ଓ ସୁନ୍ଦରଗଡରେ 7 ଜଣ, ଅନୁଗୁଳରେ 6 ଜଣ, କେନ୍ଦୁଝରରେ 5 ଜଣ, ଜଗତସିଂହପୁର ଓ ପୁରୀରେ 4 ଜଣ ସୁସ୍ଥ ହୋଇଛନ୍ତି । ଏବଂ ଦେଓଗଡ, କେନ୍ଦ୍ରାପଡା ଓ ଝାରସୁଗୁଡାରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସମସ୍ତ କୋଭିଡ଼ ଡାକ୍ତରଖାନା, ଡାକ୍ତର, ନର୍ସ, ପରାମେଡିସ୍କି, ଏନ ଏମ, ଆଶା, ଅଙ୍ଗନବାଡି କର୍ମୀ, ଶିକ୍ଷକ ସରପଞ୍ଚ, ପୋଲିସ ଏବଂ ପ୍ରଶାସନିକ କର୍ମଚାରୀଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି। ଯାହା ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ଅଧିକ ସୁସ୍ଥ ସଂଖ୍ୟା ରହିଛି। ତେବେ ରାଜ୍ୟରେ ମୋଟ 3497 ଆକ୍ରାନ୍ତ ରହିଥିବା ବେଳେ 2474 ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ 1023ଟି ମାମଲା ସକ୍ରିୟ ରହିଛି ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details