ଓଡିଶା

odisha

By

Published : Nov 5, 2020, 9:34 PM IST

ETV Bharat / city

ବାଣ ବିକ୍ରି ଉପରୁ ପ୍ରତିବନ୍ଧକ ହଟାଇବାକୁ ଓଡିଶା ସରକାରଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ବାଣ ବିକ୍ରି ଉପରେ କଟକଣା ଉଠାଇ ଦେବାକୁ ଓଡିଶା ସରକାରଙ୍କୁ ନିବେଦନ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ.ଇଦାପଦୀ ପଲାନିସ୍ବାମୀ । ଅଧିକ ପଢନ୍ତୁ...

ବାଣ ବିକ୍ରି ଉପରୁ ପ୍ରତିବନ୍ଧକର ଉଠାଇବାକୁ ଓଡିଶା ସରକାରଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ବାଣ ବିକ୍ରି ଉପରୁ ପ୍ରତିବନ୍ଧକର ଉଠାଇବାକୁ ଓଡିଶା ସରକାରଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଚେନ୍ନାଇ:ଦିପାବଳୀକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ବାଣଫୁଟାଇବା ଏବଂ ବାଣ ବିକ୍ରି ଉପରେ କଟକଣା ଲଗାଇଛନ୍ତି ଓଡିଶା ସରକାର । ତେବେ ତାମିଲନାଡୁର ବାଣ କାରିଗରଙ୍କ ଉପରେ ପଡିଛି ଏହାର ସିଧାସଳଖ ପ୍ରଭାବ । ତାମିଲନାଡୁର 8 ଲକ୍ଷ ବାଣ କାରିଗର ଏବେ ଚିନ୍ତାରେ । ଏନେଇ ବାଣ ବିକ୍ରି ଉପରେ କଟକଣା ଉଠାଇ ଦେବାକୁ ଓଡିଶା ସରକାରଙ୍କୁ ନିବେଦନ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ.ଇଦାପଦୀ ପଲାନିସ୍ବାମୀ ।

ଦେଶର ଆତସବାଜି ହବ ତାମିଲନାଡୁର ପ୍ରାୟ ଆଠ ଲକ୍ଷ କାରରିଗର ଉପରେ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ । ଦେଶରେ ସମୁଦାୟ ବାଣ ଉତ୍ପାଦନର ପ୍ରାୟ 90 ପ୍ରତିଶତ ତାମିଲନାଡୁରୁ ଆସିଥାଏ । ଏହା ପ୍ରାୟ ଆଠ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ଯୋଗାଇ ଦେଇଥାଏ ବୋଲି ପାଲାନିସ୍ୱାମୀ କହିଛନ୍ତି।

ପଲାନିସ୍ବାମୀ ଚିଠିରେ ଲେଖିଛନ୍ତି ଯେ ବାଣ କାରିଗରଙ୍କ ଜୀବିକା କେବଳ ଦିପାବଳୀ ଉପରେ ନିର୍ଭର କରେ । ଆପଣଙ୍କ ରାଜ୍ୟରେ ବାଣ ଉପରେ ପ୍ରତିବନ୍ଧକ ତାମିଲନାଡୁର ଆଠ ଲକ୍ଷରୁ ଅଧିକ କର୍ମଚାରୀଙ୍କ ଜୀବିକା ଉପରେ ସିଧାସଳଖ ପ୍ରଭାବ ପକାଇପାରେ ।

କମ ଡେସିବେଲ ବାଣ ତିଆରି କରୁଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ କହିଛନ୍ତି, ତାମିଲନାଡୁ ମୁଖ୍ୟତଃ ସବୁଜ ବାଣ ଉତ୍ପାଦନ କରେ ଏବଂ ସେଥିପାଇଁ ପରିବେଶ ପ୍ରଦୂଷଣର ପ୍ରଶ୍ନ ଉଠେ ନାହିଁ। ବାଣ ଫୁଟାଇବା ସହ କୋରୋନା ରୋଗୀଙ୍କ ଉପରେ ପ୍ରଭାବ ପଡିବ ବୋଲି କୌଣସି ପରୀକ୍ଷାମୂଳକ ତଥ୍ୟ ନଥିବା କହିଛନ୍ତି ପଲାନିସ୍ବାମୀ ।

ABOUT THE AUTHOR

...view details