ଓଡିଶା

odisha

ETV Bharat / city

ଭର୍ଚୁଆଲରେ ତିର୍ତ୍ତୋଲ ଭୋଟରଙ୍କୁ ସମ୍ବୋଧନ କଲେ ଧର୍ମେନ୍ଦ୍ର ପ୍ରଧାନ - ତିର୍ତ୍ତୋଲ ଉପନିର୍ବାଚନ ଖବର

ତିର୍ତ୍ତୋଲ ଭୋଟରଙ୍କୁ ଭର୍ଚୁଆଲରେ ସମ୍ବୋଧନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ଭର୍ଚୁଆଲରେ ତିର୍ତ୍ତୋଲ ଭୋଟରଙ୍କୁ ସମ୍ବୋଧନ କଲେ  ଧର୍ମେନ୍ଦ୍ର ପ୍ରଧାନ
ଭର୍ଚୁଆଲରେ ତିର୍ତ୍ତୋଲ ଭୋଟରଙ୍କୁ ସମ୍ବୋଧନ କଲେ ଧର୍ମେନ୍ଦ୍ର ପ୍ରଧାନ

By

Published : Oct 23, 2020, 8:27 PM IST

ଭୁବନେଶ୍ବର: ପ୍ରଚାର ମୈଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ବିଜେପି ପାର୍ଟି ଅଫିସରୁ ଭର୍ଚୁଆଲ ରାଲି ମାଧ୍ୟମରେ ତିର୍ତ୍ତୋଲ ଭୋଟରଙ୍କୁ ସମ୍ବୋଧନ କଲେ । ଏହି ଉପନିର୍ବାଚନ ରେ ଧର୍ମେନ୍ଦ୍ରଙ୍କ ଏହା ହେଉଛି ପ୍ରଥମ ଭର୍ଚୁଆଲ ରାଲି । ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ତିର୍ତ୍ତୋଲ ଭୋଟରଙ୍କୁ ନିବେଦନ କରିଛନ୍ତି ।

ଭର୍ଚୁଆଲରେ ତିର୍ତ୍ତୋଲ ଭୋଟରଙ୍କୁ ସମ୍ବୋଧନ କଲେ ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଅଛି ଜଗତସିଂହପୁର ଜିଲ୍ଲା ରହିଛି । ଉପ ନିର୍ବାଚନ ହୋଇନ ଥିଲେ ଭଲ ହୋଇଥାନ୍ତା । କିନ୍ତୁ ବିଷ୍ଣୁ ଦାସଙ୍କ ବିୟୋଗ ପାଇଁ ଆଜି ଉପ ନିର୍ବାଚନ ହେଉଛି । ସେ ଜଣେ ବଡ ଦଳିତ ନେତା ଥିଲେ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଯେଉଁ ବ୍ରିଜ ଏବେ ଶୁଭ ଦିଆଗଲା ବିଷ୍ଣୁ ଦାସ ବଞ୍ଚିଥିଲା ବେଳେ କାହିଁକି ଦିଆଗଲା ନାହିଁ । ଜଗତସିଂହପୁରରେ ଜିଲ୍ଲାର ସ୍ବାସ୍ଥ୍ୟ ଅବସ୍ଥା ଭୁଶୁଡି ପଡିଛି । ଓଡିଶାକୁ ପ୍ରଚୁର ଟଙ୍କା ପ୍ରଧାନମନ୍ତ୍ରୀ ମୋଦି ଦେଉଛନ୍ତି କିନ୍ତୁ 30 ଲକ୍ଷ ଲୋକ ଏବେ ମଧ୍ୟ ବାହାର ରାଜ୍ୟରେ କାମ କରୁଛନ୍ତି । କୋରୋନା ମହାମାରୀ ଭିତରେ ଶ୍ରମିକଙ୍କ ପାଇଁ ଟ୍ରେନର ସମସ୍ତ ବ୍ୟବସ୍ଥା କେନ୍ଦ୍ର ସରକାର କରିଥିଲେ । ଓଡିଶାର ଅର୍ଥନୀତି ସୁଦୃଢ ପାଇଁ ଆତ୍ମନିର୍ଭର ଯୋଜନାରେ ସ୍ବତନ୍ତ୍ର ପ୍ୟାକେଜ ଦିଆଯାଇଛି । ଗରିବ ଲୋକଙ୍କୁ ମାଗଣା ଏଲପିଜି ବଣ୍ଟନ କରାଯାଇଛି । ରାଜ୍ୟ ସରକାର ଆୟୁଷମାନ ଭାରତ ଯୋଜନା କାହିଁକି ଲାଗୁ କରୁନାହାନ୍ତି । ଯଦି ଏହା ଲାଗୁ କରିଥିଲେ ରୋଗୀ ପିଛା 5 ଲକ୍ଷ ମିଳିଥାନ୍ତା ଗରିବ ରୋଗୀ ଉପକୃତ ହୋଇଥାନ୍ତେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଭର୍ଚୁଆଲରେ ତିର୍ତ୍ତୋଲ ଭୋଟରଙ୍କୁ ସମ୍ବୋଧନ କଲେ ଧର୍ମେନ୍ଦ୍ର ପ୍ରଧାନ

ବିଜେପୁର, ପାଟକୁରା ଉପନିର୍ବାଚନ ବେଳେ ଶାସକ ଦଳ ତରଫରୁ ଯେଉଁ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରତିଶୃତି ଦିଆଯାଇଥିଲା ତାହା କଣ ଶାସକ ଦଳ ପୂରଣ କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି । ଓଡିଶାର ଖଣି କିଏ ଲୁଟିଲା, ଓଡିଶାର ଚିଟ ଫଣ୍ଡ ଟଙ୍କା ଖାଇଲା କିଏ ବୋଲି ଧର୍ମେନ୍ଦ୍ର ବିଜେଡି ସରକାରଙ୍କୁ ଟାର୍ଗେଟ କରିଥିଲେ । ବିଜେଡି ସରକାରର କୌଣସି ପ୍ରଲୋଭନରେ ନ ପଡ଼ି ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ଭୋଟ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details