ଭୁବନେଶ୍ବର: ବାଜିଲା ଉପନିର୍ବାଚନୀ ବିଗୁଲ । ଘୋଷଣା ହେଲା ତାରିଖ । ନଭେମ୍ବର 3ରେ ହେବ ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପନିର୍ବାଚନ । ଏନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା ହୋଇଛି । ନଭେମ୍ବର 10ରେ ଭୋଟ ଗଣତି କରାଯିବ ।
ତେବେ ଉପନିର୍ବାଚନ ପାଇଁ ଅକ୍ଟୋବର ୯ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଅକ୍ଟୋବର ୧୬ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ସେହିପରି ଅକ୍ଟୋବର ୧୭ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବାକୁ ଥିବାବେଳେ ୧୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ।