ଭୁବନେଶ୍ବର: ଭଦ୍ରକ ତିହିଡି ମଦମୁତ୍ୟୁ ଘଟଣାରେ ମାନବାଧିକାର କମିଶନଙ୍କୁ ଭେଟିଛି ବିଜେପି । ମନମୋହନ ସାମଲଙ୍କ ନେତୃତ୍ବରେ ଆଜି ବିଜେପିର ଏକ ପ୍ରତିନିଧି ଦଳ କମିଶନଙ୍କୁ ଭେଟିଥିଲା ।
ତିହିଡି ମଦମୃତ୍ୟୁ ଘଟଣା: ମାନବାଧିକାର କମିଶନଙ୍କୁ ଭେଟିଲା ବିଜେପି
ତିହିଡି ମଦମୃତ୍ୟୁ ଘଟଣାକୁ ନେଇ ଆଜି ଜାତୀୟ ମାନବାଧିକାରଙ୍କୁ ଭେଟିଛି ବିଜେପିର ଏକ ଟିମ୍ । ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲା ଦଳ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ସୂଚନା ଅନୁସାରେ, ତିହିଡି ଥାନା ଦୌଲତପୁର ଅଞ୍ଚଳରେ ବିଷାକ୍ତ ମଦ ପିଇ 10 ଜଣ ପ୍ରାଣ ହରାଇଥିଲେ । ଏଥିସହ 100ରୁ ଊର୍ଦ୍ଧ୍ବ ଅସୁସ୍ଥ ହୋଇଥିଲେ । ଏହି ଘଟଣାରେ ପୋଲିସ 2ଜଣଙ୍କୁ ଗିରଫ ମଧ୍ୟ କରିଥିଲା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ