ଭୁବନେଶ୍ବର: ପ୍ରଦର୍ଶନୀ ପଡିଆରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ଵାଧୀନତା ସମାରୋହ । ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ପ୍ରଦର୍ଶନୀ ପଡିଆର ଭିତରେ ଏବଂ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୨ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ।
ସୁରକ୍ଷା ବଳୟରେ ପ୍ରଦର୍ଶନୀ ପଡିଆ, ପାଳନ ହେବ ରାଜ୍ୟସ୍ତରୀୟ ସ୍ଵାଧୀନତା ସମାରୋହ - ରାଜ୍ୟସ୍ତରୀୟ ସ୍ଵାଧୀନତା ସମାରୋହ
ପ୍ରଦର୍ଶନୀ ପଡିଆରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ଵାଧୀନତା ସମାରୋହ। ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ପ୍ରଦର୍ଶନି ପଡିଆର ଭିତରେ ଏବଂ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅଧିକ ପଢନ୍ତୁ...
ପ୍ରଦର୍ଶନି ପଡିଆରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ଵାଧୀନତା ସମାରୋହ
ଜଣେ ଡିସିପିଙ୍କ ନେତୃତ୍ବରେ ୫ଜଣ ଆଡିସିନାଲ ଡିସିପି, ୧୦ ଏସିପି, ୧୩ ଜଣ ଇନସପେକ୍ଟର, ୨୮ଜଣ ଏଏସଆଇ ଓ ଏସଆଇ ରାଙ୍କର ଅଫିସର ବିଭିନ୍ନ ଏଣ୍ଟ୍ରି ଓ ଏକଜିଟ୍ ସହିତ ବିଭିନ୍ନ ଏରିଆ ଉପରେ ନଜର ରଖିବାକୁ କୁହାଯାଇଛି ।
ତେବେ ଡ୍ରଗସ୍କ୍ବାର୍ଡ, ବମ ସ୍କ୍ବାର୍ଡ ସହ ଫାୟାର ସର୍ଭିସ ଟିମ ଓ ମେଡିକାଲ ସପୋର୍ଟ ସହ ପଡିଆ ବାହାରେ ଥିବା ଛାତ ଉପରେ ଜଗିବେ ସ୍ପେଶାଲ ଟାକ୍ଟିକାଲ ଫୋର୍ସ । ଯିଏକି ବନ୍ଧୁକ ଧରି ପୁରା ପଡିଆ ଉପରେ, ଉପରୁ ନଜର ରଖିବେ । ସାଧାବେଶରେ ପୋଲିସ ମୁତୟନ ସହ ସିସିଟିଭି ସର୍ଭିଲାନସରେ ରହିବ ପରେଡ ଗ୍ରାଉଣ୍ଡ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ