ଭୁବନେଶ୍ବର: ରାତି ପାହିଲେ ବିଏମସି ଓ ଜଟଣୀ ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ମଙ୍ଗଳବାର ରିଜର୍ଭ ଗ୍ରାଉଣ୍ଡରେ ପୋଲିସ ଇଲେକ୍ସନ ବ୍ରିଫିଙ୍ଗ କରିଛି । ଅର୍ଥାତ୍ ସ୍କ୍ବାର୍ଡ ପାର୍ଟି କିପରି ପୋଲିଂ ପାର୍ଟିକୁ ଏସକର୍ଟ କରିବେ, କିପରି ବୁଥର ସୁରକ୍ଷା ଦାୟିତ୍ବ ପରିଚାଳନା କରିବେ ଏବଂ ବୁଥ ରିଗିଂ ରୋକିବାକୁ ପଦକ୍ଷେପ ନେବେ ସେନେଇ ପୋଲିସ ପାର୍ଟିକୁ ବ୍ରିଫିଙ୍ଗ କରିଛନ୍ତି ସିନିୟର ଅଫିସର ।
ରାଜଧାନୀରେ 320 ସମ୍ବେଦନଶୀଳ ବୁଥ୍: ମୁତୟନ ହେବେ 50 ପ୍ଲାଟୁନ, 150ଅଫିସର ଏଥିସହ କେଉଁ ଅଫିସର କେଉଁ ବୁଥ ଦାୟିତ୍ବ ନେବେ ସେନେଇ ଦାୟିତ୍ବ ବଣ୍ଟନ କରାଯାଇଛି । ପୌରାଞ୍ଚଳରେ ନିର୍ବାଚନ ପାଇଁ ମୋଟ 50 ପ୍ଲାଟୁନ ପୋଲିସ ମୁତୟନ କରାଯିବ । ଏହାସହ 150 ଅଫିସରଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ବ ଦିଆଯାଇଛି ।
ରାଜଧାନୀରେ ମୋଟ 320ଟି ସମ୍ବେଦନଶୀଳ ବୁଥ ରହିଛି । ମୋଟ 705 ବୁଥରୁ 320 ବୁଥ ପାଇଁ ପୋଲିସ ଜୋରସୋର ପ୍ରସ୍ତୁତି ଚଳାଇଛି । ବିଏମସି ଓ ଜଟଣୀରେ ନିର୍ବାଚନ ପାଇଁ ମୋଟ 50 ପ୍ଲାଟୁନ ପୋଲିସ ଏବଂ 150 ଅଫିସର ମୁତୟନ ହେବା ସହ 55ଟି ପାଟ୍ରୋଲିଂ ଗାଡି ସହ ପିସିଆର ମଧ୍ୟ ଆଲର୍ଟ ରହିବ । ଯେହେତୁ ପ୍ରଚାର ଶେଷ ହୋଇଛି ଏନେଇ ରାତିରେ ବିଭିନ୍ନ ସ୍ଥାନରେ ନାକା ଲାଗିବା ସହ ପୋଲିସ ଚେକି ଓ ବ୍ଲକିଂ କରାଯିବ । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ଭୁବନେଶ୍ୱର ଡିସିପି । ଜଟଣୀରେ ପୌର ନିର୍ବାଚନ ପାଇଁ 45 ବୁଥରେ ପୋଲିସ ବନ୍ଦୋବସ୍ତ କରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ