ଓଡିଶା

odisha

ETV Bharat / city

ବାଘବଂଶ ବୃଦ୍ଧିକୁ ଶକ୍ତ ଧକ୍କା; ଫେରିଯିବ ସୁନ୍ଦରୀ - ସାତକୋଶିଆ ଅଭୟାରଣ୍ୟ

ରାଜ୍ୟ ସରକାରଙ୍କ ବାଘବଂଶ ବୃଦ୍ଧିକୁ ଶକ୍ତ ଧକ୍କା ଲାଗିଛି । ସୁନ୍ଦରୀ ଫେରିଯିବ ନିଜ ଜନ୍ମ ସ୍ଥାନକୁ । ଏହାକୁ ନେଇ ରାଜ୍ୟ ସରକାର ଓ ବନ ବିଭାଗର ଦକ୍ଷତା ଓ ଆନ୍ତରିକତା ଉପରେ ଉଠିଛି ପ୍ରଶ୍ନ ।

PHOTO
ଫେରିଯିବ ସୁନ୍ଦରୀ

By

Published : Dec 19, 2019, 9:17 PM IST

ଅନୁଗୋଳ: ଆନ୍ତରାଜ୍ୟ ବ୍ୟାଘ୍ର ପ୍ରକଳ୍ପକୁ ଶକ୍ତ ଧକ୍କା । ଦେଶରେ ପ୍ରଥମଥର ଗୋଟିଏ ଅଭୟାରଣ୍ୟ ରୁ ଆଉ ଗୋଟିଏ ଅଭୟାରଣ୍ୟକୁ ଯେଉଁ ବାଘ ସ୍ଥାନାନ୍ତର ହୋଇଥିଲେ ଆଜି ସେଥିରେ ରୋକ ଲାଗିଛି ।

ବାଘବଂଶ ବୃଦ୍ଧିକୁ ଶକ୍ତ ଧକ୍କା

ମଧ୍ୟପ୍ରଦେଶର ବାନ୍ଧବ ଗଡ ଅଭୟାରଣ୍ୟରୁ ଯେଉଁ ବାଘୁଣୀ ଅନୁଗୋଳ ସାତକୋଶିଆ ଅଭୟାରଣ୍ୟକୁ ଅଣାଯାଇଥିଲା ତାକୁ ଶେଷରେ ଫେରାଇ ନେବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥାନ ବା ଏନଟିସିଏ । ପ୍ରଥମେ ସାତକୋଶିଆକୁ କାହ୍ନା ଅଭୟାରଣ୍ୟରୁ ଏକ ବାଘ ଓ ପରେ ବାନ୍ଧବଗଡରୁ ବାଘୁଣୀ ଅଣା ଯାଇଥିଲା । ଫାସରେ ପଡି ବାଘର ମୃତ୍ୟୁ ହୋଇଥିବା ବେଳେ ବାଘୁଣୀ ନାଁ ରେ ଦୁଇ ଦୁଇଟି ମଣିଷ ମରା ଅଭିଯୋଗ ଆସିବା ପରେ ତାକୁ ଏବେ ସାତକୋଶିଆ ଏନକ୍ଲୋଜରେ ରଖାଯାଇଛି । ଏନଟିସିଏର ଡେପୁଟି ଇନ୍ସିପେକ୍ଟର ଜେନେରାଲ (DIG NTCA ) ରାଜ୍ୟ ଜଙ୍ଗଲ ପରିବେଶ ବିଭାଗକୁ କରିଥିବା ଚିଠି ଅନୁସାରେ ରାଜ୍ୟ ସରକାର ଓ ବନ ବିଭାଗ ଏନଟିସିଏର ଗାଇଡ ଲାଇନ ପାଳନ କରିଆରେ ବିଫଳ ହୋଇଛନ୍ତି ।

ବାଘବଂଶ ବୃଦ୍ଧିକୁ ଶକ୍ତ ଧକ୍କା

ନିୟମ ଉଲ୍ଲଂଘନ କରି ବାଘୁଣୀ ସୁନ୍ଦରୀକୁ ଛୋଟ ଏନକ୍ଲୋଜରରେ ରଖାଯାଇଛି । ବାଘୁଣୀ ରାଇଗଡା ଠାରେ ରହୁଥିବା ଏନକ୍ଲୋଜରକୁ ଦୁଇ ଏକର ରୁ 25 ଏକର କୁ ସମ୍ପ୍ରସାରଣ କରାଯିବା ପାଇଁ ପ୍ରସ୍ତାବ ରହିଥିବା ସତ୍ବେ ଆଜିଯାଏ ତାକୁ ସଂପ୍ରସାରଣ କରାଯାଇ ପାରିଲା ନାହିଁ । ଏହା ସହ ବାହାର ରାଜ୍ୟରୁ ଆସିଥିବା ଉଭୟ ବାଘ ଓ ବାଘୁଣୀକୁ ଉପରେ ସଠିକ ନଜର ରଖା ଯାଇ ନଥିଲା କି ଉଭୟଙ୍କ ପାଇଁ ସଠିକ ବ୍ୟବସ୍ଥା ମଧ୍ୟ କରା ଯାଇ ନଥିଲା । ଏଥିପାଇଁ ଏନଟିସିଏ ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶ ବାନ୍ଧବଗଡକୁ ଫେରାଇ ନେବ ବୋଲି ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛି ।


ସୂଚନାଯୋଗ୍ୟ ଯେ, ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ 2017 ରେ ଏନଟିସିଏର ମଞ୍ଜୁରୀ ପରେ ମଧ୍ୟପ୍ରଦେଶରୁ ବାଘ କାହ୍ନା ଓ ବାନ୍ଧବଗଡ ବ୍ୟାଘ୍ର ପ୍ରକଳ୍ପ ରୁ ଗୋଟିଏ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିଲା । ଉଭୟଙ୍କୁ ଏନକ୍ଲୋଜରରେ କିଛିଦିନ ରଖିବା ପରେ ସାତକୋଶିଆ ଅଭୟାରଣ୍ୟ ରେ ଛଡାଯାଇଥିଲା । କିନ୍ତୁ 2018 ନଭେମ୍ବର 14 ରେ ଶିକାରୀ ଜାଲରେ ପଡି ବାଘ କାହ୍ନାର ମୃତ୍ୟୁ ହୋଇଥିଲା । ଏହାସହ ଦୁଇ ଦୁଇଟି ମଣିଷ ମାରିବା ଅଭିଯୋଗ ପରେ ବାଘୁଣୀ କୁ 2018 ନଭେମ୍ବର 7 ତାରିଖରୁ ସାତକୋଶିଆ ଏନକ୍ଲୋଜରରେ ବନ୍ଦୀ ଭାବେ ରଖାଯାଇଛି ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details