ଭୁବନେଶ୍ବର: ଏସଟିଏଫ ପଞ୍ଝାରେ ବାଘ ଶିକାରୀ । ଏକ କଲରାପତରିଆ ବାଘକୁ ଗୁଳି ମାରି ହତ୍ୟା କରିବା ପରେ ବାଘ ଛାଲ ବିକ୍ରୀ ପାଇଁ ହେଉଥିଲା ଯୋଜନା । ଡିଲ ବେଳେ ମାଡି ବସିଲା କ୍ରାଇମବ୍ରାଞ୍ଚ୍ ଏସଟିଏଫ । ଗୁଇନ୍ଦା ସୂତ୍ରରୁ ଖବର ପାଇ ଏସଟିଏଫ ଓ ରାମଗିରି ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ କୋରାପୁଟ ଜିଲ୍ଲା ବୈପାରିଗୁଡା ଅଞ୍ଚଳରେ ଏହି ଚଢ଼ାଉ ହୋଇଥିଲା ।
ଏସଟିଏଫ ପଞ୍ଝାରେ ବାଘ ଶିକାରୀ - କୋରାପୁଟ ବୈପାରିଗୁଡାରେ ବାଘ ଶିକାରୀ ଗିରଫ
ଏକ କଲରାପତରିଆ ବାଘକୁ ଗୁଳି ମାରି ହତ୍ୟା କରିବା ପରେ ବାଘ ଛାଲ ବିକ୍ରୀ ପାଇଁ ଯୋଜନା ହେଉଥିଲା ବେଳେ ମାଡି ବସିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଗିରଫ ଅଭିଯୁକ୍ତର ନାଁ ମନ ଗୌଡ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ଅଧିକ ପଢନ୍ତୁ

ଏସଟିଏଫ ପଞ୍ଝାରେ ବାଘ ଶିକାରୀ
ଏସଟିଏଫ ପଞ୍ଝାରେ ବାଘ ଶିକାରୀ
ଗିରଫ ବେପାରୀର ନାଁ ମନ ଗୌଡ ହୋଇଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ବୌଦ୍ଧ, କନ୍ଧମାଳ ଜଙ୍ଗଲରେ ବାଘ ଶିକାର କରାଯାଇ ବାଘ ଛାଲ ବେପାର ହେଉଥିବା ସୂଚନା ମିଳିଛି । ଯେଉଁମାନେ ଏହି କାରବାରରେ ସମ୍ପୃକ୍ତ ସେମାନଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଏସଟିଏଫ ଡିଏସପି ସଚ୍ଚିଦାନନ୍ଦ ରଥ ସୂଚନା ଦେଇଛନ୍ତି । ୨୦୨୦ରୁ ଏଯାଏଁ ଏସଟିଏଫ ୩୦ଟି କଲରାପତରିଆ ବାଘ ଛାଲ ଜବତ କରିବା ସହ ୪୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଇଟିଭି ଭାରତ, ଭୁବନେଶ୍ବର