ଓଡିଶା

odisha

ETV Bharat / city

ନନ୍ଦନକାନନରେ ବାଘ ଛୁଆ ବଂଶୀର ମୃତ୍ୟୁ, ଅନ୍ତଃନଳୀ ସହ ପାକସ୍ଥଳୀ ହୋଇଥିଲା ସଂକ୍ରମିତ - ନନ୍ଦନକାନନ ବାଘଛୁଆ ମୃତ୍ୟୁ ଖବର

ନନ୍ଦନକାନନରେ 10 ମାସର ବାଘ ଛୁଆ ବଂଶୀର ମୃତ୍ୟୁ । ବଂଶୀର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ଏବେ 26କୁ ହ୍ରାସ । ଅଧିକ ପଢନ୍ତୁ

ପ୍ରତିକାତ୍ମକ ଚିତ୍ର
ପ୍ରତିକାତ୍ମକ ଚିତ୍ର

By

Published : Feb 3, 2022, 5:50 PM IST

ଭୁବନେଶ୍ବର: ନନ୍ଦନକାନନରେ 10 ମାସର ବାଘ ଛୁଆ ବଂଶୀର ମୃତ୍ୟୁ । ବଂଶୀର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ଏବେ 26କୁ ହ୍ରାସ । ବାଘ ଛୁଆଟିର ଅନ୍ତଃନଳୀ ଓ ପାକସ୍ଥଳୀରେ ସଂକ୍ରମିତ ହୋଇ ନଷ୍ଟ ହୋଇ ମୃତ୍ୟୁ ଘଟିଥିବା ସୂଚନା ।


OUATରୁ ବିଶେଷଜ୍ଞ ଦଳ ବି ନନ୍ଦନକାନନରେ ପହଞ୍ଚିଛନ୍ତି । ତେବେ ହଠାତ କାହିଁକି ବାଘର ମୃତ୍ୟୁ ହେଲା ସେନେଇ ତା’ର ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି । ମାଆ ବିଜୟା ଓ ଛୁଆଗୁଡ଼ିକ ସହ ଅନ୍ୟ ବାଘମାନଙ୍କୁ ନିରୀକ୍ଷଣ କରାଯାଇଛି । ତେବେ ମାଆ ବିଜୟା ସହ ୨ ଛୁଆ ସୁସ୍ଥ ଥିବା ଜଣାପଡିଛି ।


ବାଘୁଣୀ ବିଜୟା ଓ ବାଘ ସେଫର ଔରସରୁ ଗତ 10 ମାସ ତଳେ ୩ଟି ଅଣ୍ଡିରା ବାଘ ଛୁଆ ଜନ୍ମ ହୋଇଥିଲେ । ଗତ 62ତମ ନନ୍ଦନକାନନ ପ୍ରତିଷ୍ଠା ଦିବସରେ ୩ ବାଘ ଛୁଆଙ୍କ ନାମ ରକି, ରାକେଶ ଓ ବଂଶୀ ରଖା ଯାଇଥିଲା । ଏମାନଙ୍କ ମଧ୍ୟରୁ ବଂଶୀର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details