ଓଡିଶା

odisha

ETV Bharat / city

Municipal Poll: ଚାଲିଛି ଛକାପଞ୍ଝା ରାଜନୀତି, BJD ଶିବିରରେ ଆଶାୟୀ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ - ରାଜ୍ୟରେ ଚାଲିଛି ଛକାପଞ୍ଝା ରାଜନୀତି

ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବାରୁ ରାଜ୍ୟରେ ଦେଖିବାକୁ ମିଳିଛି ଛକାପଞ୍ଝା ରାଜନୀତି । ବିଜେଡ଼ି ଶିବିରରେ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ଲାଇନ ଲାଗିଥିବା ବେଳେ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ କୌଣସି ଦଳ । ଅଧିକ ପଢନ୍ତୁ

Municipal Poll: ରାଜ୍ୟରେ ଚାଲିଛି ଛକାପଞ୍ଝା ରାଜନୀତି, BJD ଶିବିରରେ ଆଶାୟୀ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼
Municipal Poll: ରାଜ୍ୟରେ ଚାଲିଛି ଛକାପଞ୍ଝା ରାଜନୀତି, BJD ଶିବିରରେ ଆଶାୟୀ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼

By

Published : Mar 6, 2022, 1:59 PM IST

Updated : Mar 6, 2022, 3:11 PM IST

ଭୁବନେଶ୍ବର:ଟିକେଟ ପାଇବାକୁ ନେଇ ରାଜ୍ୟରେ ଦେଖିବାକୁ ମିଳିଛି ଛକାପଞ୍ଝା ରାଜନୀତି । ପୌର ନିର୍ବାଚନ ପାଇଁ ଚାଲିଛି କସରତ । ଆସନ୍ତାକାଲି(ସୋମବାର) ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହୋଇଥିବାରୁ ବିଜେଡି ଓ ବିଜେପି କାର୍ଯ୍ୟାଳୟ ଆଗରେ ଜମିଛି ଆଶାୟୀ ପ୍ରାର୍ଥୀଙ୍କ ଭିଡ଼ । ସେପଟେ କର୍ପୋରେଟର ପ୍ରାର୍ଥୀଙ୍କ ନାମ ଘୋଷଣା ପାଇଁ ବିଶେଷ କରି ବିଜେଡ଼ି ଓ ବିଜେପି ମଧ୍ୟରେ ଲାଗି ରହିଛି ଛକାପଞ୍ଝା ।

Municipal Poll: ଚାଲିଛି ଛକାପଞ୍ଝା ରାଜନୀତି, BJD ଶିବିରରେ ଆଶାୟୀ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼

ଗତ ୨ ତାରିଖ ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ସୋମବାର ହେଉଛି ଶେଷ ଦିନ । ଏହାରି ମଧ୍ୟରେ ଶାସକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ନିଜର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛି । ଏବେ କର୍ପୋରେଟର ପ୍ରାର୍ଥୀଙ୍କୁ ନେଇ ସମସ୍ତଙ୍କ ନଜର । କାହାକୁ ଦଳ ଟିକେଟ ଦେଉଛି ଏହାକୁ ନେଇ ଆଶାୟୀ ପ୍ରାର୍ଥୀଙ୍କ ବଢିଛି ହାର୍ଟବିଟ୍‌ । ଫଳରେ ସସପେନ୍ସ ଓ କନଫ୍ୟୁଜନ ମଧ୍ୟରେ ରହିଛନ୍ତି ଆଶାୟୀ ପ୍ରାର୍ଥୀ ।

ଅନ୍ୟପଟେ ପଞ୍ଚାୟତ ନିର୍ବାଚନର ଫଳାଫଳ ଦେଖି ଏବେ ବିଜେଡ଼ି କାର୍ଯ୍ୟାଳୟ ସମ୍ମୁଖରେ ଆଶାୟୀ ପ୍ରାର୍ଥୀଙ୍କ ଲାଗିଛି ଅଧିକ ଭିଡ । ବିଜେଡ଼ି ପାଇଁ ନିର୍ବାଚନ ଲଢିବାକୁ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ରହିଛି । ଆସନ୍ତା କାଲି ନାମାଙ୍କନର ଶେଷ ଦିବସ ଥିବାରୁ ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ ମାନେ ଶେଷ ମୁହୂର୍ତ୍ତରେ ଟିକେଟ ପାଇଁ ଦଳ ଉପରେ ଚାପ ପ୍ରୟୋଗ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଆଜି ସୁଦ୍ଧା ପ୍ରାର୍ଥୀଙ୍କ ନାମ ଘୋଷଣା ହେବାକୁ ଥିବା ବେଳେ କେଉଁ ଦଳ କାହାକୁ ଟିକେଟ ଦେଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Mar 6, 2022, 3:11 PM IST

ABOUT THE AUTHOR

...view details