ଓଡିଶା

odisha

ETV Bharat / city

ବିଧାନସଭାରେ ଅଚଳାବସ୍ଥା, ପାରିତ ହେଲା ରାଜସ୍ବ ବିଭାଗର ଅତିରିକ୍ତ ବଜେଟ - odisha assembly adjourns

ସ୍ଵାଭାବିକ ହେଉନି ବିଧାନସଭା । ପ୍ରଶ୍ନକାଳ, ଶୂନ୍ୟକାଳ ପରେ ମୁଲତବୀ ପ୍ରସ୍ତାବ ଉପରେ ବି ଆଲୋଚନା ହୋଇପାରିଲା ନାହିଁ । ସର୍ବଦଳୀୟ ବୈଠକରେ ବି ସହମତି ପ୍ରକାଶ ପାଇଲା ନାହିଁ । ଏହାସତ୍ତ୍ବେ ପାରିତ ହେଲା ରାଜସ୍ବ ଓ ବିପର୍ଯ୍ୟୟ ଅତିରିକ୍ତ ବ୍ୟୟ ବିଲ ।

ସ୍ବାଭାବିକ ହେଲାନି ବିଧାନସଭା

By

Published : Nov 21, 2019, 4:40 PM IST

Updated : Nov 21, 2019, 8:32 PM IST

ଭୁବନେଶ୍ବର: ସ୍ଵାଭାବିକ ହୋଇପାରିନି ବିଧାନସଭା । ପ୍ରଶ୍ନକାଳ, ଶୂନ୍ୟକାଳ ପରେ ମୁଲତବୀ ପ୍ରସ୍ତାବ ଉପରେ ବି ଆଲୋଚନା ହୋଇପାରିଲା ନାହିଁ । ଅପରାହ୍ନରେ ବି ସମାନ ଅବସ୍ଥା । ସର୍ବଦଳୀୟ ବୈଠକରେ ବି ସହମତି ପ୍ରକାଶ ପାଇଲା ନାହିଁ । ଯେଉଁଥି ପାଇଁ ମଙ୍ଗଳବାର ଦିନ ତମାମ ବିଧାନସଭାରେ ଅଚଳାବସ୍ଥା ଦେଖାଦେଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିରୋଧୀ କଂଗ୍ରେସ ଓ ବିଜେପି ନିଜ ଜିଦରେ ଅଟଳ ରହିବ ଯୋଗୁଁ ଗୃହ ସ୍ବାଭାବିକ ହେଉନାହିଁ । ଧାନ କିଣା ପାଇଁ ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରିବା ସହିତ ପ୍ରତ୍ୟାହାର ପାଇଁ ଅଡି ବସିଛନ୍ତି ବିରୋଧୀ ।

ଅପରାହ୍ନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ, ‘ଗୃହରେ କହୁଛୁ, ଶୁଣିବାକୁ କେହି ନାହାଁନ୍ତି । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିଲେ ମଧ୍ୟ କେହି ଶୁଣୁ ନାହାଁନ୍ତି । ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ସର୍ବଦଳୀୟ ବୈଠକ ଡକାଯାଉଛି ହେଲେ ମନ୍ତ୍ରୀ ଉପସ୍ଥିତ ରହୁନାହାଁନ୍ତି ।

ଆଉ ଏହି ହୋହାଲ୍ଲା ଭିତରେ ବିଧାନସଭାରେ ପାରିତ ହୋଇଛି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଅନୁଦାନ 54 କୋଟି 87 ଲକ୍ଷ 50 ହଜାର ଟଙ୍କାର ବଜେଟ ଅନୁମୋଦନ ଲାଭ କରିଛି। ତେବେ ଏହି ଆଲୋଚନାରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ଅଂଶଗ୍ରହଣ କରି ନଥିଲେ। ଏହି ବିଲ ପାରିତ ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି (ବୁଧବାର) ଯାଏଁ ମୁଲତବୀ ରଖିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Nov 21, 2019, 8:32 PM IST

ABOUT THE AUTHOR

...view details