ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଖରାର ପ୍ରଭାବ ଧିରେ ଧିରେ ବଢିବାରେ ଲାଗିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ 21 ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।
21 ଜିଲ୍ଲାରେ କାଳବୈଶାଖୀ ଆଶଙ୍କା, ଆଲର୍ଟ କଲା ପାଣିପାଗ ବିଭାଗ - କାଳବୈଶାଖୀ ଆଶଙ୍କା
ଆସନ୍ତା ୨୪ ଘଣ୍ଟା ମଧ୍ୟରେ 21 ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ...
ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ଆଶଙ୍କା ରହିିଛି । ଏହି ସମୟରେ 40ରୁ 50 କିମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା,ଗଜପତି, କଳାହାଣ୍ଡି, ନୂଆପଡା,ବଲାଙ୍ଗୀର, ସୋନପୁର, ବରଗଡ଼,ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବଜ୍ରପାତ ବର୍ଷା ହେବାର ଆଶଙ୍କା ଥିବାରୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସେହିପରି ୨୨, ୨୩ ଏପ୍ରିଲରେ ଅଧିକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି, 24 ତାରିଖ ଆଡକୁ ବର୍ଷା କମିବ । ଭୁବନେଶ୍ୱରରେ ତାପମାତ୍ରା 40 ପାଖାପାଖି ରହିବ ।
ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡିଶାର ବର୍ଷା ରେକର୍ଡ ହୋଇଛି । ମାଥିଲିରେ ୬୮ ମିମି ବର୍ଷା , ମାଲକାନଗିରିରେ ୨୭.୪, ସେମିଳିଗୁଡାରେ ୧୫ ମିମି ବର୍ଷା ରେକର୍ଡ ହୋଇଛି ।
ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୪୨.୧ ଡିଗ୍ରୀ ରେକର୍ଡ ହୋଇଛି । 7 ଟି ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି । ବୌଦ୍ଧରେ ୪୨.୦,ସୁନ୍ଦରଗଡ ରେ ୪୧.୦,ଅନୁଗୁଳରେ ୪୧.୭,ତାଳଚେରରେ ୪୦.୧,ଟିଟିଲାଗଡ଼ରେ ୪୦.୦,ବାରିପଦାରେ ୪୦.୦ ଡିଗ୍ରୀ ତାପମାତ୍ରାରେକର୍ଡ ହୋଇଛି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ