ଭୁବନେଶ୍ବର:ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ପୁର୍ବରୁ ପ୍ରଶାସନକୁ ଶକ୍ତ ଚାପୁଡା ! ପ୍ରଶାସନର ଅସହଯୋଗକୁ ନେଇ ବୈଠକ ବର୍ଜନ କରିଛନ୍ତି ତିନି ନିଯୋଗ । ଲିଙ୍ଗରାଜଙ୍କ ସେବାରେ ଥିବା ବ୍ରାହ୍ମଣ ନିଯୋଗ, ସମର୍ଥା ନିଯୋଗ, ପୂଜା ପଣ୍ଡା ନିଯୋଗ ବିନା ଉପସ୍ଥିତିରେ ବୈଠକ ପ୍ରସ୍ତୁତି କରିଛି ପୋଲିସ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଡକାଯାଇଥିବା ବୈଠକକୁ ବୟକଟ କରିଛି ତିନି ନିଯୋଗ । ଅର୍ଥାତ, ପୂର୍ବରୁ ଜିଲ୍ଲାପାଳଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ଯୋଗ ଦେଇନଥିଲେ ଏବେ ପୋଲିସ କମିଶନରଙ୍କ ବୈଠକକୁ ବର୍ଜନ କରିଛନ୍ତି ।
ହେଲେ ଏହାରି ଭିତରେ ଭୁବନେଶ୍ବର ଡିସିପି, ଟ୍ରାଫିକ ଡିସିପି ସହ ବିଭିନ୍ନ ଓ୍ବାର୍ଡର କର୍ପୋରେଟରଙ୍କ ସହ ବିଦ୍ୟୁତ ବିଭାଗ, ବିଏମସି ଓ ରାସ୍ତା ନିର୍ମାଣ ଆଦି ବିଭାଗର କର୍ମଚାରୀଙ୍କୁ ନେଇ ବୈଠକ ଶେଷ ହୋଇଛି । ତେବେ ପ୍ରଶ୍ନ ଉଠିଛି ଶୃଙ୍ଖଳିତ ହେବ ତ ରଥଯାତ୍ରା ? କାରଣ, ବିନା ନିଯୋଗରେ କିପରି ପ୍ରଶାସନ ଏକଚାଟିଆ ଶାସନ ଚଳାଇଛି ତା’କୁ ବିରୋଧ କରାଯାଇଛି ।
ତେବେ ବୈଠକ ଶେଷ ପରେ କମିଶନର କହିଛନ୍ତି, ରାସ୍ତାରେ ସମସ୍ୟା ଥିବା ଖାଲ ଖମା ମରାମତିଠୁ ଆରମ୍ଭ କରି, ରାସ୍ତାରେ ପଡିଥିବା ବିଦ୍ୟୁତ ତାର ଓ କେବୁଲ ତାର ହଟାଇ ସଠିକ ଭାବରେ ସଂଯୋଗିକରଣ, ରାସ୍ତାକୁ ଥିବା ଗଛର ଡାଳ ସହ କାଟିବା ବ୍ୟବସ୍ଥା ସହ ରାସ୍ତାରେ ଅତ୍ୟଧିକ ଖରାରୁ ବର୍ତ୍ତିବାକୁ ପାଣି ସିଞ୍ଚନ ପାଇଁ ବ୍ୟବସ୍ଥା ହୋଇଛି । ଏହାସହ ପୋଲିସର ଟ୍ରାଫିକ ବ୍ୟବସ୍ଥାଠୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା, ରଥ ଟଣା ସମସ୍ତ ଦାୟିତ୍ବ ନେବ ପୋଲିସ ।