ଓଡିଶା

odisha

ETV Bharat / city

ରାଜ୍ୟରେ ଆଉ ତିନି ଆକ୍ରାନ୍ତ ଚିହ୍ନଟ, ସ୍ବାସ୍ଥ୍ୟକର୍ମୀଙ୍କୁ ବି କୋରୋନା - ସ୍ବାସ୍ଥ୍ୟକର୍ମୀଙ୍କୁ ବି କୋରୋନା

ପୁଣି ରାଜ୍ୟରେ ତିନି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟର ଜଣେ ସ୍ବାସ୍ଥ୍ୟକର୍ମୀ କୋରୋନା ପଜିଟିଭ ଥିବା ଜଣାପଡ଼ିଛି । କୋରାପୁଟରେ ଜଣେ ଓ ବାଲେଶ୍ବରରେ ଜଣେ ଆକ୍ରାନ୍ତ ହୋଇଥିବା ବେଳେ ଯାଜପୁରର ଜଣେ ବୋଲି ସ୍ପଷ୍ଟ କରିଛି ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

state-including-health-workers
state-including-health-workers

By

Published : Apr 27, 2020, 6:02 PM IST

ଭୁବନେଶ୍ବର: ରାଜ୍ୟରେ ଆଉ ତିନି ଆକ୍ରାନ୍ତ ଚିହ୍ନଟ। ଏଥି ମଧ୍ୟରୁ କୋରାପୁଟର ଜଣେ ସ୍ବାସ୍ଥ୍ୟକର୍ମୀ କୋରୋନା ପଜିଟିଭ ଥିବା ଜଣାପଡ଼ିଛି । କୋରାପୁଟରେ ଜଣେ ଓ ବାଲେଶ୍ବରରେ ଜଣେ ଆକ୍ରାନ୍ତ ହୋଇଥିବା ବେଳେ ଯାଜପୁରର ଜଣେ ବୋଲି ସ୍ପଷ୍ଟ କରିଛି ସ୍ବାସ୍ଥ୍ୟ ବିଭାଗ ।

କୋରାପୁଟର ୨୨ ବର୍ଷୀୟ ପୁରୁଷ ଏବଂ ଅନ୍ୟ ଜଣେ ବାଲେଶ୍ବରର ପଶ୍ଚିମବଙ୍ଗ ଫେରନ୍ତା ୩୨ ବର୍ଷୀୟ ପୁରୁଷ। ଦକ୍ଷିଣ ଓଡିଶାରେ ପ୍ରଥମ କରୋନା ଆକ୍ରାନ୍ତ ଭାବେ କୋରାପୁଟର ଏହି ଯୁବକ ଜଣଙ୍କ ଚିହ୍ନଟ ହୋଇଛନ୍ତି।

ସ୍ବାସ୍ଥ୍ୟକର୍ମୀଙ୍କୁ ବି କୋରୋନା

କୋରାପୁଟ ଦଶମନ୍ତପୁରର ଜଣେ ୨୨ ବର୍ଷୀୟ ଯୁବ ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇଥିବା ବେଳେ ସେ 14 ଏପ୍ରିଲରେ କାର୍ଯ୍ୟରେ ଯୋଗଦେଇଥିଲେ। ଅନ୍ୟପଟେ ବାଲେଶ୍ବରର ୩୨ ବର୍ଷୀୟ ଯୁବକ ପଶ୍ଚିମବଙ୍ଗ ଫେରନ୍ତା ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପଜିଟିଭ ସଂଖ୍ୟା ୧୧୦ରେ ପହଞ୍ଚିଛି ।

ସେପଟେ ଭୁବନେଶ୍ବରରେ ଆଉ ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ୨ ଜଣ ଭୁବନେଶ୍ବରର। ଭୁବନେଶ୍ଵର ଦୁଇ ମିଶାଇ ରାଜ୍ୟରେ 37 ଜଣ ସୁସ୍ଥ ହୋଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details