ଭୁବନେଶ୍ବର:ରାଜରାସ୍ତାରେ ହଜାର ହଜାର ଡ୍ରାଇଭରଙ୍କ ପ୍ରତିବାଦ । ଦାବି ପୂରଣ ପାଇଁ ସମ୍ବଲପୁରରୁ ଭୁବନେଶ୍ବର ଚାଲି ଚାଲି ଆସିଲେ ଚାଳକ । ଡ୍ରାଇଭର ମାନଙ୍କୁ ସାମାଜିକ ସୁରକ୍ଷା ଦେବାକୁ ଦାବି କରି ସମ୍ବଲପୁରରୁ ୧୦୦୦ ୧୦୦୦ ସଂଖ୍ୟାରେ ଡ୍ରାଇଭର ଚାଲି ଚାଲି ପ୍ରତିବାଦ କରିଛନ୍ତି । ଭୁବନେଶ୍ବର ନବୀନ ନିବାସ ଅଭିମୁଖେ ଓଡିଶା ଡ୍ରାଇଭର ମହାସଙ୍ଘ ।
ଦୀର୍ଘ ୨ ମାସ ହେବ ୧୦ ଦଫା ଦାବି ପୂରଣ ପାଇଁ ଦାବିପତ୍ର ଦିଆଯାଇଥିବା ବେଳେ ଏହାକୁ କର୍ଣ୍ଣପାତ କରି ନାହାନ୍ତି ସରକାର । କୋରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଡ୍ରାଇଭରମାନେ ଗୋଟିଏ ଜାଗାରୁ ଅନ୍ୟତ୍ର ଯାଉଥିବା ବେଳେ ସେମାନଙ୍କୁ କୋରୋନା ଯୋଦ୍ଧା ମାନ୍ୟତା ମିଳିନାହିଁ । ଦାବି ପୂରଣ ଲାଗି ଷ୍ଟିଅରିଂ ଛାଡ଼ି ଆଜି ସକାଳୁ ସକାଳୁ ନବୀନ ନିବାସ ମୁହାଁ ହୋଇଛନ୍ତି ହଜାର ହଜାର ସଂଖ୍ୟାରେ ଡ୍ରାଇଭର । ଓଡିଶା ଡ୍ରାଇଭର ମହାସଂଘର ବିଶାଳ ଶୋଭାଯାତ୍ରା ହେତୁ ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି ଟ୍ରାଫିକ ବ୍ୟବସ୍ଥା । ରସୁଲଗଡ଼, ବାଣୀବିହାର ହୋଇ ହଜାର ହଜାର ଡ୍ରାଇଭର ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ନାରା ଦେଇ ନବୀନ ନିବାସ ଅଭିମୁଖେ ଯାଇଛନ୍ତି । କୋଣ ଅନୁକୋଣରୁ ଡ୍ରାଇଭର ଏକାଠି ହୋଇ ନବୀନ ନିବାସ ଘେରାଉ କରିଛନ୍ତି । ଲୋଏର ପିଏମଜି ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଡ୍ରାଇଭର ମହାସଂଘର ୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟାମନ୍ତ୍ରୀଙ୍କୁ ଭେଟିଛନ୍ତି । ଦାବି ସମ୍ପର୍କରେ ଜଣାଇଛନ୍ତି ।