ଓଡିଶା

odisha

ETV Bharat / city

ଚଳିତ ବର୍ଷର OJEE ରେଜଲ୍ଟ ପ୍ରକାଶିତ, ଶୋଭିତ ପଟେଲ B-Tech ଟପ୍ପର - OJEE

OJEE
ପ୍ରକାଶ ପାଇଲା OJEE

By

Published : Nov 6, 2020, 5:44 PM IST

Updated : Nov 6, 2020, 7:03 PM IST

17:40 November 06

ପ୍ରକାଶ ପାଇଲା ଚଳିତବର୍ଷର OJEE ରେଜଲ୍ଟ

ଭୁବନେଶ୍ବର: ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE-2020) ର ଫଳାଫଳ ପ୍ରକାଶ ପାଇଛି । କୋଭିଡ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ଦ୍ବାରା ଫଳ ପ୍ରକାଶ ପାଇଛି । B-Techରେ ଶୋଭିତ ପଟେଲ, M-Tech ରେ ଶ୍ୟାମସୁନ୍ଦର ପଟେଲ, MBAରେ ଶୁଭକାନ୍ତ ସାହୁ, MCA ରେ ଜୟଦୀପ ଦେ ଟପ୍ପର ହୋଇଛନ୍ତି ।  

ସେହିଭଳି ବି-ଫାର୍ମ ରେ ସୌମ୍ୟରଞ୍ଜନ ରାଉତରାୟ, ଏମ-ଫାର୍ମ ରେ ପରିମିତା ସାହୁ, ଏଲଇ-ଟେକ(ଡିପ୍ଲୋମା)ରେ ସୌମ୍ୟରଞ୍ଜନ ପାଢ଼ୀ, ଏଲଇ ଟେକରେ (ବିଏସି)ରେ ସୁବ୍ରତ କୁମାର ସାହୁ, ଇଣ୍ଟରଗ୍ରେଟ ଏମବିଏରେ ରଜତ କୁମାର ଦଳାଇ, ଏଲଇ ଫର୍ମାରେ ଗୁଣାକାର ସାହୁ, ଏମଆର୍ଚ୍ଚରେ ଭାରତ ଭୂଷଣ, ଓ ଏମପ୍ଲାନରେ ଜ୍ଞାନନ୍ଦା ପଣ୍ଡା 12 ଟି ବିଷୟରେ ଟପ୍ପର ହୋଇଛନ୍ତି 12 ଜଣ ପରିକ୍ଷର୍ଥୀ ।

ଚଳିତବର୍ଷ ପ୍ରଥମଥର ପାଇଁ OJEE ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡରେ ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷା ରାଜ୍ୟର 21 ଟି ସହରର 54 ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା । ଓଡିଶା ବାହାରେ ଥିବା ତିନୋଟି ସହରରେ ପରୀକ୍ଷା କେନ୍ଦ୍ର ଗୁଡ଼ିକର ଯଥା-କୋଲକାତା, ରାଞ୍ଚି ଏବଂ ପାଟନାରେ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ପରୀକ୍ଷା ପାଇଁ ରେକର୍ଡ ନମ୍ବର ପରୀକ୍ଷାର୍ଥୀ 79,754 ପଞ୍ଜିକୃତ କରିଥିଲେ । ସେଥିମଧ୍ୟରୁ 49,267 ଜଣ ପିଲାଙ୍କୁ ରାଙ୍କ ମିଳିଛି  । ଛାତ୍ରଛାତ୍ରୀମାନେ OJEE ୱେବସାଇଟ୍ (www.ojee nic.in, ଏବଂ www.odishajee.com) ରୁ ସେମାନଙ୍କର ରାଙ୍କ କାର୍ଡ ଡାଉନଲୋଡ କରିପାରିବେ ।

ପ୍ରକାଶ ଯେ, ଗତ ଅକ୍ଟୋବର 12ରୁ 22 ତାରଖ ମଧ୍ୟରେ OJEE ଅନୁଷ୍ଠିତ ହୋଇଥିଲା । 

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ 

Last Updated : Nov 6, 2020, 7:03 PM IST

ABOUT THE AUTHOR

...view details