ଓଡିଶା

odisha

ETV Bharat / city

ଚଳିତବର୍ଷ ରାଜ୍ୟରେ ଆଉ ୧୮ ହଜାର ସେଚକୂପ ଓ ୧୫୪୪ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ - Additional Chief Secretary

ଚାଷ କ୍ଷେତ୍ରରେ ଚାଷୀଙ୍କୁ ହେବନି ପାଣି ସମସ୍ୟା । ଏନେଇ ଜଳ ସମ୍ପଦ ବିଭାଗ ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ ହେବ ସେଚକୂପ । ଅଧିକ ପଢନ୍ତୁ...

ଚଳିତବର୍ଷ ରାଜ୍ୟରେ ଆଉ ୧୮ ହଜାର ସେଚକୂପ ଓ ୧୫୪୪ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ
ଚଳିତବର୍ଷ ରାଜ୍ୟରେ ଆଉ ୧୮ ହଜାର ସେଚକୂପ ଓ ୧୫୪୪ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ

By

Published : Aug 18, 2021, 8:07 PM IST

ଭୁବନେଶ୍ବର:ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଆଜି (ବୁଧବାର) ରାଜ୍ୟରେ ଗଭୀର ସେଚକୂପ ଏବଂ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଭିସି ଜରିଆରେ ଏହି ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ୨୦୨୦-୨୧ ଆର୍ଥିକ ବର୍ଷରେ ବିଜୁ କୃଷକ ବିକାଶ ଯୋଜନାରେ ଅଦ୍ୟାବଧି ୮୫୦୦୦ରୁ ଅଧିକ ଗଭୀର ସେଚକୂପ ଖୋଳାଯାଇଛି ।

ତେବେ ଚଳିତବର୍ଷ ଆଉ ଅଧିକ ୧୮୦୦୦ ସେଚକୂପ ଖୋଳାଯିବ ବୋଲି ବିଭାଗୀୟ ସଚିବ ସେନେଇ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଚଳିତ ବର୍ଷ ୧୫୪୪ଟି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ କରାଯିବ । ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ନିର୍ମାଣ ଶେଷ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ବୈଠକରେ ଓଡିଶା ରାଜ୍ୟ ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ଜଳ ସଂପଦ ବିଭାଗର ଅର୍ଥ ପରାମର୍ଶଦାତା ତଥା ସ୍ବତନ୍ତ୍ର ଶାସନ ସଚିବ, ଅତିରିକ୍ତ ଶାସନ ସଚିବ, ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ, କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ(ଓଏଲଆଇସି), ବିଭାଗୀୟ ଅନ୍ୟ ପଦାଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details