ହାଇଦ୍ରାବାଦ: କଳା, ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାର ଉପଲକ୍ଷେ ସାରା ବିଶ୍ବରେ ପାଳନ ହୋଇଥାଏ ବିଶ୍ବ ପର୍ଯ୍ୟଟନ ଦିବସ । ଆଉ ଯେଉଁଠି ବୁଲିଯିବା କଥା ଉଠେ ପ୍ରଥମେ ମନକୁ ଓଡିଶା କଥା ଆସିଥାଏ ।
ମନ୍ଦିର ସମୁଦ୍ର ମନଲୋଭା ‘ମୋ ଓଡିଶା’ - ଐତିହାସିକ ସ୍ଥାନ
ସମଗ୍ର ଓଡିଶାର କଳା, ସଂସ୍କୃତି ଓ ସ୍ଥାନ ଦେଖିଲେ ଆପଣ ବି ନଆସି ରହିପାରିବେନି । ତେବେ ଏହି ପର୍ଯ୍ୟଟନସ୍ଥଳୀ ଉପଲକ୍ଷେ ଥରେ ବୁଲି ଆସନ୍ତୁ ଓଡିଶା ...
ଓଡିଶା ଆମ ଓଡିଶା । କେଡେ ସୁନ୍ଦର ରାଇଜ ଆମର କେଡେ ମନଲୋଭା ଆମ ଦର୍ଶନୀୟ ସ୍ଥଳ । ମନ୍ଦିର , ବନ୍ଦର, ସମୁଦ୍ର, ଉଆସ, ଉଦ୍ୟାନ, ଐତିହାସିକ ସ୍ଥାନ, କଳା କାରିଗରୀ ସାଙ୍ଗକୁ ଏସିଆର ସର୍ବବୃହତ ଲୁଣି ହ୍ରଦ ଚିଲିକା ଆଦି ବହୁତ କିଛି ଓଡିଶା ଛାତିରେ ବିଦିୟମାନ ।
30ଟି ଜିଲ୍ଲାର କୋଣ ଅନୁକୋଣର ପ୍ରାକୃତିକ କୀର୍ତ୍ତିରାଜୀରେ ଆକର୍ଷଣୀୟ ସ୍ଥାନ ଦେଖଣାହାରୀଙ୍କ ମନ କିଣିନିଏ । ଏଇଥିପାଇଁ ତ ଓଡିଶାକୁ ସୌନ୍ଦର୍ଯ୍ୟର ଭଣ୍ଡାର ବୋଲି କୁହାଯାଇଥାଏ । ତେବେ ଆଜିର ଏହି ବିଶ୍ବ ପର୍ଯ୍ୟଟନ ଦିବସ ଉପଲକ୍ଷେ ଚାଲନ୍ତୁ ବୁଲିଯିବା ପ୍ରକୃତି ଓ ସସ୍କୃତିର ଗନ୍ଥାଘର ଓଡିଶାର କିଛି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ । ବାସ୍ତବରେ ସମଗ୍ର ଓଡିଶାର କଳା , ସଂସ୍କୃତି ଓ ସ୍ଥାନ ଦେଖିଲେ ଆପଣ ବି ନ ଆସି ରହିପାରିବେନି । ତେବେ ଏହି ପର୍ଯ୍ୟଟନ ସ୍ଥଳୀ ଉପଲକ୍ଷେ ଥରେ ଦେଖି ଆସନ୍ତୁ ଓଡିଶା ...