ଭୁବନେଶ୍ବର: ରାଜ୍ୟରେ ସରିଲା ତୃତୀୟ ପର୍ଯ୍ୟାୟ ମତଦାନ ।ଏଥର ତିନି ଚତୁର୍ଥାଂଶ ଆସନରେ ଭାରତୀୟ ଜନତା ପାର୍ଟୀ ଜିତି ସରକାର ଗଢ଼ିବ । ମତଦାନ କେନ୍ଦ୍ରରୁ ମତାମତ ଆଧାରରେ ଏହି ଆକଳନ ସତ ହେବାକୁ ଯାଉଛି । ଏ ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ ।
'ରାଜ୍ୟରେ ବହୁମତ ପାଇ ବିଜେପି ସରକାର ଗଢ଼ିବ । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୧୦ ଗୁଣା ଅଧିକ ଆସନ ଯେମିତି ବାସ୍ତବ ଆଧାରରେ ହାତେଇଥିଲା ବିଜେପି , ଠିକ ସେମିତି ୨୦୧୯ ସାଧାରଣ ନିର୍ବାଚନରେ ବି ହେବ' ।