ଓଡିଶା

odisha

ETV Bharat / city

Omicron Scare: କଟକଣା ମାନିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ - ଓଡିଶା ସ୍ବାସ୍ଥ୍ୟ ନିର୍ଦ୍ଦେଶକ

କୋରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର(Odisha Health Director Bijay Mohapatra) । ଅଧିକ ପଢନ୍ତୁ

Omicron Scare: କଟକଣା ମାନିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ
Omicron Scare: କଟକଣା ମାନିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

By

Published : Dec 22, 2021, 12:05 PM IST

ଭୁବନେଶ୍ବର: କୋରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର(Odisha Health Director Bijay Mohapatra) । କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଜାରି କରିଥିବା ସାଧାରଣ ମାର୍ଗଦର୍ଶିକା ଅନୁଯାୟୀ ପଦକ୍ଷେପ ନିଆଯାଉଛି କହିଲେ । ଏଥିସହ ପରିସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି ରଖିବା ସହ ସର୍ଭିଲାନ୍ସ ଜାରି ରହିଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Omicron Scare: କଟକଣା ମାନିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ସେ କହିଛନ୍ତି ଯେ, ସଂକ୍ରମଣ କିପରି ବୃଦ୍ଧି ନ ପାଇବ ସେଥିପ୍ରତି ଦୃଷ୍ଟି ଦେବା ଉଚିତ୍ । ଲୋକଙ୍କୁ କୋଭିଡ କଟକଣା ମାନିବାକୁ ପଡିବ । ପରିସ୍ଥିତିକୁ ସହଜ ଭାବରେ ନିଅନ୍ତୁ ନାହିଁ । କମ୍ୟୁନିଟିର ଗୋଟେ ବଡ ଦାୟିତ୍ୱ ରହିଛି ସଂକ୍ରମଣ ରୋକିବା ଦିଗରେ ଏଥିପାଇଁ ସମସ୍ତଙ୍କୁ ସଚେତନ ସହ ସତର୍କ ରହିବାର ଆବଶ୍ୟକ ରହିଛି । ସରକାରଙ୍କ ସହଭାଗିତାରେ ଟ୍ରାକିଂ ଏବଂ ଟ୍ରେସିଂ ଜାରି ରହିଛି । ସରକାରଙ୍କ ସହଭାଗିତାରେ ପୂର୍ବପରି ପରିସ୍ଥିତିର ମୁକାବିଲା କରାଯିବ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details