ଭୁବନେଶ୍ବର: ଲୋୟର ପିଏମଜିରେ ଚାଲିଛି ସ୍ବାଧୀନତା ଦିବସର ସେଲିବ୍ରେସନ । ହାତରେ ତ୍ରିରଙ୍ଗା, ମୁଣ୍ଡରେ ତ୍ରିରଙ୍ଗା, ମୁହଁରେ ତ୍ରିରଙ୍ଗା, ଛାତିରେ ତ୍ରିରଙ୍ଗା, ତିନି ରଙ୍ଗର ଶାଢି ଓ କୁର୍ତ୍ତାରେ ସଜେଇ ହୋଇଛି ସାରା ଶରୀର । ରାଜଧାନୀ ଲୋୟର ପିଏମଜିରେ ଦେଖିବାକୁ ମିଳିଥିଲା କିଛି ଏମିତି ଦୃଶ୍ୟ ।
ଏମାନେ ଥିଲେ 'ବନ୍ଦେ ମାତରମ ଅନୁଷ୍ଠାନ'ର ସଦସ୍ୟ । ଖାସ୍ କରି ସ୍ବାଧୀନତା ଦିବସ ହେଉ ବା ସାଧାରଣତନ୍ତ୍ର ଦିବସ ପୂର୍ବରୁ ଲୋୟର ପିଏମଜିରେ ପହଞ୍ଚିଯାନ୍ତି ଏମାନେ । ପଥପ୍ରାନ୍ତ ନାଟକ ଜରିଆରେ ତ୍ରିରଙ୍ଗା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଏମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥାଏ ।
ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ କିପରି ଏକ୍ ହୋଇ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସକୁ ଅନ୍ୟ ଛୁଟିଦିନ ପରି ପାଳିବେ ସେ ନେଇ ଲୋକଙ୍କୁ ବାଣ୍ଟନ୍ତି ବାର୍ତ୍ତା । ଚଳିତବର୍ଷ ସେମାନଙ୍କର ବାର୍ତ୍ତା ରହିଛି 'ୱାନ ନେସନ ୱାନ ଫ୍ଲାଗ'। ଯାହାକୁ ନେଇ ୩୭୦ ଉଚ୍ଛେଦକୁ ସମର୍ଥନ କରି ପାଳିଛନ୍ତି ।