ଓଡିଶା

odisha

ETV Bharat / city

କୋରୋନା ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଦାନ କଲେ 13 ଜଣ - ପ୍ଲାଜମା ଦାନ କଲେ 13 ଯୋଦ୍ଧା

କୋରୋନା ମହାମାରୀ ସମୟରେ ପ୍ଲାଜମା ଦାନ ଏକ ମହତ ଦାନ। କୋରୋନା ଚିକିତ୍ସା ପାଇଁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ 13 ଜଣଙ୍କ ଠାରୁ ପ୍ଲାଜମା ଗ୍ରହଣ କରାଯାଇଛି । ଅଧିକ ଖବର ପଢନ୍ତୁ...

କୋରୋନା ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଦାନ କଲେ 13 ଜଣ
କୋରୋନା ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଦାନ କଲେ 13 ଜଣ

By

Published : Aug 18, 2020, 10:01 PM IST

ଭୁବନେଶ୍ବର: କୋରୋନା ମହାମାରୀ ସମୟରେ ପ୍ଲାଜମା ଦାନ ଏକ ମହତ ଦାନ। କୋରୋନା ଚିକିତ୍ସା ପାଇଁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ 13 ଜଣଙ୍କ ଠାରୁ ପ୍ଲାଜମା ଗ୍ରହଣ କରାଯାଇଛି । ମଙ୍ଗଳବାର କ୍ୟାପିଟାଲ ହସ୍ପିଟାଲରେ କୋରୋନା ରୋଗୀଙ୍କୁ ସହାୟତାର ହାତ ବଢାଇଲେ 13 ଜଣ ଯୋଦ୍ଧା। ନିଜେ ପ୍ଲାଜମା ଦାନ କରି ଅନ୍ୟମାନଙ୍କ ପାଇଁ ପାଲଟିଲେ ଉଦାହରଣ ।

କୋରୋନା ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଦାନ କଲେ 13 ଜଣ

କୋରୋନା ମହାମାରୀ ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ଉଗ୍ର ରୂପ ଧାରଣ କରି ଚାଲିଛି । କୋଭିଡ ଚିକିତ୍ସା ପାଇଁ ଯେହେତୁ ପ୍ରତିଷେଧକ ବାହାରିନି ତେବେ ପ୍ଲାଜମା ଥେରାପି ଏକ ଚମତ୍କାର ଭାବେ କାର୍ଯ୍ୟ କରୁଛି ବୋଲି ଚିକିତ୍ସା କ୍ଷେତ୍ରରେ ଆଶା ପୋଷଣ କରାଯାଉଛି । ତେବେ ଏହି ପ୍ରକାର ନୂତନ ପଦ୍ଧତି କୋଭିଡ ଚିକିତ୍ସା ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଛି ।

ପ୍ଲାଜମା ଫେରେସିସ ପ୍ରକ୍ରିୟା ଦ୍ବାରା ଜଣେ କୋଭିଡ -୧୯ ଆକ୍ରାନ୍ତ ଯେ କି ସୁସ୍ଥ ହୋଇ ତାଙ୍କ ଶରୀରରେ କୋଭିଡ -୧୯ ଆଣ୍ଟିବଡି ସୃଷ୍ଟି ହୋଇଥାଏ ଏବଂ ତାଙ୍କର ପ୍ଲାଜମା ନେଇ ଗୁରୁତର କୋଭିଡ ରୋଗୀଙ୍କୁ ଦେଇ ଚିକିତ୍ସା କରାଯାଏ। ଫଳରେ କୋଭିଡ ରୋଗୀ ଶୀଘ୍ର ଆରୋଗ୍ୟ ଲାଭ କରେ । ମଣିଷ ରକ୍ତରେ ଶ୍ବେତ ରକ୍ତ କଣିକା , ଲୋହିତ ରକ୍ତ କଣିକା ଏବଂ ପ୍ଲେଟଲେଟ ଯେଉଁଥିରେ କି ପ୍ଲାଜମା ଗୁଡିକ ଥାଆନ୍ତି , ଯାହା ରକ୍ତର ବିବିଧ ଉପାଦାନ ।

ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ଜଣେ ଯୋଗ୍ୟ ବ୍ୟକ୍ତି ଯଦି ପ୍ଲାଜମା ଦାନ କରିବାକୁ ଚାହାଁନ୍ତି ତେବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ୱେବସାଇଟକୁ ଯାଇ ପଞ୍ଜିକରଣ କରିବାକୁ ହେବ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ ଏହାକୁ ଉଦଘାଟନ କରି କୋଭିଡ ରୋଗୀଙ୍କ ସହାୟତା ପାଇଁ ଅପିଲ କରିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details