ଓଡିଶା

odisha

ETV Bharat / city

ଭାରତରେ ତୄତୀୟ ଲହର ଆସିପାରେ କିନ୍ତୁ ତାହା ପ୍ରଭାବୀ ହେବନି: DMET - ଭାରତରେ ତୄତୀୟ ଲହର ଆସିପାରେ କିନ୍ତୁ ତାହା ପ୍ରଭାବୀ ହେବନାହିଁ

ଭାରତରେ ତୄତୀୟ ଲହର ଆସିପାରେ କିନ୍ତୁ ତାହା ପ୍ରଭାବୀ ହେବନାହିଁ। ସଂକ୍ରମଣ କମ ରହିବ ଏବଂ ଓଡ଼ିଶାରେ ତାର ପ୍ରଭାବ ଆହୁରି କମ ରହିବ ବୋଲି ସୂଚନା ଦେଲେ DMET ସିବିକେ ମହାନ୍ତି । ଅଧିକ ପଢନ୍ତୁ...

ଭାରତରେ ତୄତୀୟ ଲହର ଆସିପାରେ କିନ୍ତୁ ତାହା ପ୍ରଭାବୀ ହେବନାହିଁ: DMET
ଭାରତରେ ତୄତୀୟ ଲହର ଆସିପାରେ କିନ୍ତୁ ତାହା ପ୍ରଭାବୀ ହେବନାହିଁ: DMET

By

Published : Aug 3, 2021, 1:30 PM IST

ଭୁବନେଶ୍ବର: ଭାରତରେ ତୄତୀୟ ଲହର ଆସିପାରେ କିନ୍ତୁ ତାହା ପ୍ରଭାବୀ ହେବନାହିଁ। ସଂକ୍ରମଣ କମ ରହିବ ଏବଂ ଓଡ଼ିଶାରେ ତାର ପ୍ରଭାବ ଆହୁରି କମ ରହିବ ବୋଲି ସୂଚନା ଦେଲେ DMET ସିବିକେ ମହାନ୍ତି । ଲୋକମାନେ ସଚେତନ ରହିବା, ଟୀକାକରଣ ଅଧିକ ହେବା, ମୁକାବିଲା ପାଇଁ ଆପଣା ଯାଉଥିବା ପଦ୍ଧତି କାରଣରୁ ତୄତୀୟ ଲହର ଆସିଲେ ବି ସଂକ୍ରମଣର ପ୍ରଭାବ କମ ରହିବ ବୋଲି ସେ କହିଛନ୍ତି ।

ତେବେ କେରଳ, ମହାରାଷ୍ଟ୍ରରେ କୋରୋନା ମାମଲା ବଢିବା ତୄତୀୟ ଲହରର ସଙ୍କେତ । ତେଣୁ ଏଇଠି ଯଦି ଆମେ ଏହାକୁ ନ ଅଟକାଇବା ତେଵେ ତୄତୀୟ ଲହରର ସମ୍ମୁଖୀନ ହେବା। ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଡେଲ୍ଟାପ୍ଲସ ନୁହେଁ, ଡେଲଟା ଭାଇରସ । ଯାହା ୧୨୦ ଦେଶରେ ବ୍ୟାପିଛି । ଆଇଆଇଟି କାନପୁର ଏବଂ ଆଇଆଇଟି ହାଇଦ୍ରାବାଦ କହିଛନ୍ତି ଯେ, ଯଦି ବି ତୄତୀୟ ଲହର ଆସେ, ଓଡ଼ିଶାରେ ତାହାର ବିଶେଷ ପ୍ରଭାବ ରହିବନି। ‘ଆମେମାନେ ଯେତିକି ପ୍ରିଭେନ୍ସନ ନେଉଛୁ, ଯେପରି ଟୀକାକାରଣ ଓ ଲୋକମାନଙ୍କୁ ସଚେତନ କରିବା, ଏଥିପାଇଁ ତୃତୀୟ ଲହର ନ ହୋଇପାରେ ବୋଲି ସେ କହିଛନ୍ତି’ ।

ବିଶେଷଜ୍ଞମାନଙ୍କ ମତାନୁସାରେ, କୋରୋନାର ତୃତୀୟ ଲହରରେ ଛୋଟ ପିଲାମାନେ ବିଶେଷଭାବରେ ସଂକ୍ରମିତ ହେବେ । ତେଣୁ ଏଥିପାଇଁ ବେଡ଼ ସଂଖ୍ୟା ବଢ଼ାଇବା ସହ ICU ସଂଖ୍ୟା ବଢ଼ାଯାଇଛି। ଆବଶ୍ୟକ ପଡିଲେ ଆଗକୁ ମଧ୍ୟ ଆହୁରି ବଢ଼ାଯିବ । ତେବେ ତୃତୀୟ ଲହର ପାଇଁ ସମସ୍ତେ ଆଗରୁ ସଚେତନ ରହିବା ଆବଶ୍ୟକ ରହିଛି ବୋଲି କହିଛନ୍ତି DMET ସିବିକେ ମହାନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details